ଓଡିଶା

ଆସନ୍ତା ୧୫ ତାରିଖ ଯାଏଁ ଝଡ଼ବର୍ଷା

(ଭୁବନେଶ୍ୱର)  : କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି । ଆସନ୍ତା ୧୫ ତାରିଖ ଯାଏଁ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ପାଇଁ ୪ ଜିଲ୍ଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ସୂଚନାନୁଯାୟୀ, ୧୫ ଜିଲ୍ଲାରେ ୩୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହେଲେ ୧୭ ତାରିଖ ବେଳକୁ ପୁଣି ରାଜ୍ୟକୁ ତାତି ଫେରିବ । ମେ’ ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ସାଙ୍ଗକୁ ତାତି ଫେରିବା ସମ୍ଭାବନା ରହିଛି। ୨୪ ଘଂଟା ମଧ୍ୟରେ କେନ୍ଦ୍ରାପଡା ରାଜନଗରରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ହୋଇଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ବାଳଶ୍ରମର ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ଗଣେଶୀ ଲାଲ୍

mahabharatanews

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ

mahabharatanews

କରୋନା ମୁକାବିଲା ପାଇଁ ଅଧିକ ସତର୍କ ରହିବାକୁ ପୁରୀ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews