(ଭୁବନେଶ୍ୱର) : କିଛି ଦିନର ଅସହ୍ୟ ଗ୍ରୀଷ୍ମପ୍ରବାହ ପରେ ରାଜ୍ୟର କିଛି ଅଞ୍ଚଳରେ ତାତିରୁ ମିଳିଛି ତ୍ରାହି । ତେବେ ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ସୂଚନାନୁଯାୟୀ , ଆଜି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ହାଲୁକା ପବନ ବହିବା ନେଇ ସୂଚନା ରହିଛି । ଗତକାଲି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ଫଳରେ ପ୍ରାୟ ୭ଦିନ ଧରି ଖରାରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ତାତିରୁ ତ୍ରାହି ମିଳିଛି ।