ଓଡିଶା

କାଳବୈଶାଖୀ ପ୍ରଭାବ : ୨୦ ଜିଲ୍ଲାରେ  ସତର୍କ ସୂଚନା ଜାରି 

(ଭୁବନେଶ୍ୱର) :  ୨୦ ତାରିଖ ତଥା ଆଜି ମଙ୍ଗଳବାର ଅପରାହ୍ନ ମଧ୍ୟରେ ରାଜ୍ୟର ୨୦ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନାନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୦ ତାରିଖ ଅପରାହ୍ନ ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା, କେରାପୁଟ ଓ ମାଲକାନଗିରି ପ୍ରଭୃତି ୨୦ଟି ଜିଲ୍ଲାରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Related posts

ସମ୍ମାନ: ଗଲୱାନ ଘାଟି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକରେ ଉଲ୍ଲେଖ ହେବ

mahabharatanews

ଆଜିଠୁ ଆରମ୍ଭ ଭିତର ଚନ୍ଦନ ଯାତ୍ରା

mahabharatanews

୨୮ରେ ଓଡିଶା ଆସୁଛନ୍ତି ରାଷ୍ଟପତି 

mahabharatanews