ଓଡିଶା

୪ ଦିନ ଯାଏ କାଳବୈଶାଖୀ; ୨୦ଟି ଜିଲ୍ଲାକୁ ଆଲର୍ଟ ଜାରି

(ଭୁବନେଶ୍ୱର):  ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି କିଛି ସ୍ଥାନରେ ବର୍ଷା ହୋଇପାରେ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ୬ଜିଲ୍ଲାରେ ବିଜୁଳି ସହ ବର୍ଷା ଘଡ଼ଘଡ଼ି ହେବ । ସେ ଜିଲ୍ଲା ଗୁଡ଼ିକ ହେଉଛି, ଗଞ୍ଜାମ, ଗଜପତି, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ । ଏହି ୬ଟି ଜିଲ୍ଲାରେ ଆଜି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସୂଚନାନୁଯାୟୀ , ମଙ୍ଗଳବାର ଦିନ ୨୦ଟି ଜିଲ୍ଲାରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ୨୦ଟି ଜିଲ୍ଲା ମଧ୍ୟରୁ ଅେନକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆମେଠି କଂଗ୍ରେସ କାର୍ଯ୍ୟାଳୟରେ ହଙ୍ଗାମା, ବିଜେପିକୁ ଟାର୍ଗେଟ କଲା ଦଳ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଏବଂ ମୟୁରଭଞ୍ଜରେ ବର୍ଷା ହୋଇପାରେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଏହା କିଛି ଆଶ୍ୱସ୍ତି ଦେବ । ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି ।

Related posts

 ୯ ଓ ୧୦ରେ ମିଲେଟସ୍ ଆନ୍ତର୍ଜାତିକ ସମ୍ମିଳନୀ

mahabharatanews

ଆଜି ସକାଳୁ ନାଟମଣ୍ଡପ ମରାମତି କାମ ଆରମ୍ଭ 

mahabharatanews

ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ : ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା

mahabharatanews