ଓଡିଶା

 ଆଜିଠୁ ଓଜେଇଇ ପରୀକ୍ଷା

(ଭୁବନେଶ୍ୱର) : ଆଜିଠୁ ଓଜେଇଇ ପରୀକ୍ଷା । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆରମ୍ଭ ହେବାକୁ ଯାଉଛି ।

ସୂଚନାନୁଯାୟୀ , ଆଜିଠାରୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି ସହରରେ ମୋଟ୍ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି । ଭୁବନେଶ୍ବରରେ ସର୍ବାଧିକ ୧୧ଟି ପରୀକ୍ଷା କେନ୍ଦ୍ର ଖୋଲିଛି । ସେହିପରି କଟକରେ ୬, ବାଲେଶ୍ବର ଓ ବ୍ରହ୍ମପୁର ସହରରେ ୪ଟି ଲେଖାଏ, ବରଗଡ଼, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜୟପୁର, ପୁରୀରେ ଦୁଇଟି ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି । ଓଡ଼ିଶାର ଅନ୍ୟ ସମସ୍ତ ସହର ସମେତ ରାଜ୍ୟ ବାହାରେ କଲିକତା, ପାଟଣା ଓ ରାଞ୍ଚିରେ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି ।

Related posts

 ୨୧ରେ ଖୋଲିବ ସ୍କୁଲ, ବାଦ ପଡିପାରେ ୭ଜିଲ୍ଲା

mahabharatanews

ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ

mahabharatanews

ସାଇକେଲ ଚୋରି: ସିସିଟିଭି କ୍ୟାମେରାରେ ଅଭିଯୁକ୍ତ କଏଦ

mahabharatanews