ଓଡିଶା

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ

(ଶିମିଳିପାଳ) :  ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା ଜାତୀୟ ଉଦ୍ୟାନ । ତେବେ ମୌସମୀ ଋତୁ ପାଇଁ ପ୍ରାୟ ୫ ମାସ ପାଇଁ ବନ୍ଦ ରୁହେ ଏହି ଅଭୟାରଣ୍ୟ ।

ସୂଚନା ଅନୁସାରେ,ଏହା ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଯିବ । ଯଶିପୁର ପାର୍ଶ୍ୱରୁ କଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଯିବା ନେଇ ଅନୁମତି ରହିଛି । ପର୍ଯ୍ୟଟଙ୍କ ସୁବିଧା ପାଇଁ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଉଦ୍ୟାନ ମଧ୍ୟକୁ କୌଣସି ପ୍ଲାଷ୍ଟିକ୍ ସାମଗ୍ରୀ ନେବା ମନା । ଏହାକୁ ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ ଭବେ ଘୋଷଣା କରାଯାଇଛି । ତେବେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିୟୋଜିତ କରାଯାଇ ବିଭିନ୍ନ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି ।

Related posts

ସାଧାରଣ ପରିବାରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ… ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଦେଶବ୍ୟାପୀ ଶୁଭେଚ୍ଛା ବର୍ଷା

mahabharatanews

ଦନ୍ତା ଆକ୍ରମଣରେ ମହିଳା ମୃତ

mahabharatanews

ବଦଳିଲା କ୍ବାରେଣ୍ଟିନ୍ ନିୟମ

mahabharatanews