ଓଡିଶା

ସେପ୍ଟେମ୍ବର ୯ରୁ ଓଜେଇଇ ପରୀକ୍ଷା ଆରମ୍ଭ

(ମହାଭାରତ, ଭୂବନେଶ୍ୱର): କରୋନା ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି । ଏବେ ଅନଲାଇନ ଯୋଗେ ପାଠପଢା ଚାଲୁଥିବା ବେଳେ ଆସନ୍ତା ମାସ ଓଜେଇଇ ପରୀକ୍ଷା ୯ରୁ ୧୫ ତାରିଖ ଯାଏ ଅନୁଷ୍ଠିତ ହେବ । ତେବେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) କରାଯିବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିିମ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ୧୬ଟି ଜିଲ୍ଲାର ପଲିଟେକନିକ୍ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଓଜେଇଇ ଓ ଟିସିଏସ ଅଧିକାରୀମାନେ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ । ପରିଦର୍ଶନ ସମୟରେ ସହଯୋଗ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରାଯାଇଛି ।

Related posts

ଘରେ ନିଆଁ ଲାଗି ସହକାରୀ ବନଅଧିକାରୀ ଗୁରୁତର

mahabharatanews

ଓଡିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ଜୀବନ ନେବା ଘଟଣାକୁ ମମତାଙ୍କ ନିନ୍ଦା

mahabharatanews

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

mahabharatanews