ଅପରାଧ

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

(ମହାଭାରତ/ନୟାଗଡ): ନୟାଗଡ଼ ଜିଲ୍ଲାର ଟାଉନ୍ ଥାନା ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରାଯିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକ ଜଣକ ନୟାଗଡ ଟାଉନ ଥାନା ଅନ୍ତର୍ଗତ ଡିଆଁପଡା ଗାଁର ପ୍ରହ୍ଲାଦ ଜେନା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସବୁ ଦିନ ଭଳି ବୃଦ୍ଧ ଜଣକ ଫସଲ ଜଗିବାକୁ ରାତିରେ ବିଲ ପାଖକୁ ଯାଇଥିଲେ । ତେବେ ସକାଳେ ସେ ଘରକୁ ଫେରି ନଥିବା ଦେଖି ତାଙ୍କ ସାନ ପୁଅ ଖୋଜିବା ଲାଗି ଯାଇଥିଲେ । ବିଲ ଠାରେ କେହି ତାଙ୍କ ବାପାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପରେ ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବୃଦ୍ଧଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ତେବେ ହତ୍ୟାକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଟଙ୍କା ଦେଣନେଣକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା ଶୁଣିବାକୁ ମିଳିଛି ।

Related posts

ଆତ୍ମହତ୍ୟା ଉଦ୍ୟମ ବେଳେ ଛିଡିଗଲା ଓଢଣୀ, ଯୁବକ ମୃତ

mahabharatanews

ରାଜଧାନୀରେ ନକଲି କାରଖାନା ଠାବ

mahabharatanews

ଅବକାରୀ ବିଭାଗର ଚଢାଉ, ୧୦୦ ଲିଟର ଦେଶୀ ମଦ ଜବତ

mahabharatanews

Leave a Comment