ଅପରାଧ

ଫସିଗଲେ ଏଟିଏମ ଲୁଟେରା

ମୋରଡା: ଏଟିଏମରୁ ଲୁଟ କରିବା ଉଦ୍ୟମ ହୋଇଗଲା ପଣ୍ଡ । ଫେରାର ହେବାକୁ ଚେଷ୍ଟା କଲା ବେଳେ ବି ମାଡି ବସିଲା ପୋଲିସ । ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜ ଚାନ୍ଦୁଆ ଥାନା ଅଧୀନରେ ଥିବା ସାନଦେଉଳି ବଜାରରେ । ଏଟିଏମ ଲୁଟ କରିବା ବେଳେ ଗୋଡାଇ ଗୋଡାଇ ଧରିଛି ପୋଲିସ ।
ଗତକାଲି ରାତିରେ ମୟୁରଭଞ୍ଜ ଚାନ୍ଦୁଆ ଥାନା ସାନଦେଉଳିଠାରେ ଏକ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ । ଭୋର ୩ଟା ସମୟରେ ଏଟିଏମ ଭିତରେ ପଶିଥିଲେ ଏହି ଲୁଟେରା । ଗ୍ରାସ କଟର ସାହାଯ୍ୟରେ ଏଟିଏମକୁ କାଟି ସମସ୍ତ ଟଙ୍କା ଲୁଟି ନେବାକୁ ଉଦ୍ୟମ କରୁଥିବା ବେଳେ ଡ୍ୟୁଟିରେ ଥିବା ହୋମଗାର୍ଡ ନଜରରେ ପଡିଥିଲା ଏହି ଘଟଣା । ହୋମଗାର୍ଡମାନେ ଦୁର୍ବୃତ୍ତମାନଙ୍କ ଉପରେ ଚଢାଉ କରିବାରୁ ସେମାନେ କସିଯିବାକୁ ଉଦ୍ୟମ କରିଥିଲେ । ଫଳରେ ଘଟଣାସ୍ଥଳରେ ଚୋର ଏବଂ ହୋମଗାର୍ଡମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପରେ ଚାନ୍ଦୁଆ ଥାନା ଅଧିକାରୀ ଏବଂ ସଦର ଏସଡିପିଓ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସକୁ ଦେଖି ନିଜ ମାରୁତି ଭ୍ୟାନରେ ଖସିଯିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଲୁଟେରାଙ୍କ ପିଛା କରିଥିଲା ପୋଲିସ । କିନ୍ତୁ ସେମାନେ ବାଘଡା ଅଞ୍ଚଳର ପାକଟିଆ ଜଙ୍ଗଲ ରାସ୍ତାରେ ପଡୋଶୀ ପଶ୍ଚିମବଙ୍ଗକୁ ଖସି ଯାଇଥିଲେ । ତେବେ ପୋଲିସ ଚାଲାକ କରି ଝାଡଗ୍ରାମ ଥାନା ପୋଲିସକୁ ଖବର ଦେବାରୁ ସେମାନେ ରାସ୍ତାରେ ଦୁର୍ବୃତ୍ତମାନଙ୍କୁ କାବୁ କରିଥିଲେ । ଏଥିସହ ଲୁଟରେ ବ୍ୟବହୃତ ହୋଇଥିବା ଭ୍ୟାନକୁ ମଧ୍ୟ ପୋଲିସ ଜବତ କରିଛି । ଏହାପରେ ସେମାନଙ୍କୁ ଗିରଫ କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Related posts

ସୈତାନ ପାଲଟିଲା ପ୍ରେମିକା, ପ୍ରେମିକର ସ୍ତ୍ରୀ ପିଲାଙ୍କ ନେଲା ଜୀବନ…

mahabharatanews

ବିଦ୍ୟାଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି

mahabharatanews

କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ

mahabharatanews