ଓଡିଶା

 ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧା ଉଦ୍ଧାର

 (ସୁବର୍ଣ୍ଣପୁର) : ଉଦ୍ଧାର ଗଭୀର ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧା। ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି ତାହା ଜଣାପଡ଼ିନାହିଁ।

ସୂଚନାନୁଯାୟୀ , ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଥିଲା। ବୋରୱେଲରେ ଖସିପଡିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୃଦ୍ଧାଙ୍କ ପାଖରେ ଅକ୍ସଜେନ୍ ପଠାଯାଇଛି। ଏଣେ ଆଉ ଏକ ଗାତ ଖୋଳା ଚାଲିଛି। ତେଣେ ଏନଡିଆରଏଫ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ।

Related posts

ପାରା ମେଡିକାଲ ସ୍ୱାସ୍ଥ୍ୟ କର୍ମୀଙ୍କ ଦୁଇ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

mahabharatanews

ହଜାରେ ସ୍ୱାବ ନମୂନା ସଂଗ୍ରହ କରିଥିବା ମଧୁସ୍ମିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews