ମନୋରଞ୍ଜନ

୮ରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂହେବ ‘ଓଏମ୍‌ଜି-୨’

(ମୁମ୍ବାଇ) : ଦର୍ଶକଙ୍କ ମନକୁ ଛୁଇଁଯାଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ ମାଇଁ ଗଡ୍‌-୨’। ତେବେ ଶୁଣିବାକୁ ମିଳୁଛି ଏହି ଫିଲ୍ମଟି ଅକ୍ଟୋବର ୮ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ପାଇଁ ପ୍ରସ୍ତୁତ ହେଉଛି। ଅମିତ ରାୟଙ୍କ ନିର୍ଦ୍ଦେଶିତ ‘ଓଏମ୍‌ଜି-୨’ରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମୀ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ କମେଡି ମାଧ୍ୟମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରାଇଛି।

ସୂଚନାନୁଯାୟୀ , ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‘ଓଏମ୍‌ଜି-୨’ ୧୯୦ଟି ଦେଶରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ। ତେବେ ଏନେଇ ଖିଲାଡୀ ବୟ କହିଛନ୍ତି ଯେ , ସାରା ବିଶ୍ୱରେ ମନୋରଞ୍ଜନ ପ୍ରେମୀଙ୍କ ନିକଟରେ ପହଞ୍ଚି ପାରିବୁ। ଆଶା କରେ ଆମର କଠିନ ପରିଶ୍ରମ ସଭିଙ୍କୁ ଆନନ୍ଦିତ କରିବ ।

 

 

 

Related posts

‘ତାରେକ ମେହେତା କା ଉଲଟା ଚଷମା’ ର ପ୍ରଯୋଜକଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews

ରିଲିଜ ହେଲା ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର

mahabharatanews

ଆତ୍ମହତ୍ୟା କଲେ ମଲୟାଲମ ଅଭିନେତ୍ରୀ

mahabharatanews