ମନୋରଞ୍ଜନ

ସୋନମଙ୍କ ବଙ୍ଗଳାରେ ଡେଭିଡ୍‌ ବେକହାମ୍‌

(ମୁମ୍ବାଇ) : ମୁମ୍ବାଇ ଗସ୍ତରେ ଆସିଥିବା ଆନ୍ତର୍ଜାତିକ କିଂବଦନ୍ତି ଫୁଟ୍‌ବଲ୍‌ ତାରକା ଡେଭିଡ୍‌ ବେକହାମ୍‌ ବୁଧବାର ରାତିରେ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଅତିଥି ଭାବେ ଯୋଗ ଦେଇଥିଲେ। ଦୀପାବଳି ପର୍ବ ଅବସରରେ ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିବା ଲାଗି ଅଭିନେତ୍ରୀ ସୋନମ ଓ ତାଙ୍କ ଉଦ୍ୟୋଗୀ ସ୍ବାମୀ ଆନନ୍ଦ ଆହୁଜା ତାଙ୍କୁ ନିମନ୍ତ୍ରଣ କରିଥିଲେ ଯାହା ଏବେ ଚର୍ଚାର ବିଷୟ ପାଲଟିଛି ।

ସୂଚନାନୁଯାୟୀ , ୟୁନିସେଫ୍‌ର ଆମ୍ବାସାଡର ଭାବରେ ଭାରତରେ ନିଜର କିଛି ପ୍ରତିବଦ୍ଧତା ପୂରା କରିବା ଲାଗି ବେକ୍‌ହାମ୍‌ ମୁମ୍ବାଇରେ ପହଞ୍ଚିଥିବା ବେଳେ ସୋନମ-ଆନନ୍ଦଙ୍କ ନିମନ୍ତ୍ରଣ ରକ୍ଷା କରି ସେ ସେମାନଙ୍କ ବାସଭବନରେ ପଦାର୍ପଣ କରିଥିଲେ। ସୋନମଙ୍କ ବଙ୍ଗଳା ଆଗରେ କଳା ପୋଷାକ ପରିହିତ ବେକ୍‌ହାମ୍‌ଙ୍କ ସହିତ ଲାଲ୍‌ ଶାଢ଼ିରେ ସୋନମଙ୍କୁ ଦେଖିବାକୁ ମିଳିଥିଲା। ସୋନମଙ୍କ ପାର୍ଟିରେ ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ଅଭିନେତା ଅନୀଲ କପୁର, ସଞ୍ଜୟ କପୁର, କରୀଶ୍ମା କପୁର, ମଲାଇକା ଅରୋଡ଼ା, ଶାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ ପ୍ରମୁଖ ଯୋଗ ଦେଇ ବେକ୍‌ହାମ୍‌ଙ୍କ ସହିତ ଫଟୋ ଉଠାଇଥିଲେ।

Related posts

୪୫ଦିନ ପରେ ବିବାହ କରିବେ ଶ୍ରେନୁ ପାରେଖ 

mahabharatanews

ବଲିଉଡକୁ ଘାରିଛି ତମାଖୁ ବିଜ୍ଞାପନ ନିଶା  

mahabharatanews

 ପ୍ରେକ୍ଷାଳୟରେ ଝଡ଼ ସୃଷ୍ଟି କରିଛି ଚଳଚ୍ଚିତ୍ର ‘ଯବାନ’

mahabharatanews