Uncategorized

୭୦ ବର୍ଷୀୟ ବୃଦ୍ଧାଙ୍କ କାନ୍ଧରେ, ୬୫ବର୍ଷୀୟ ବୃଦ୍ଧା ପତ୍ନୀ

(ମୁମ୍ବାଇ): କଥାରେ ଅଛି ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କ ଜନ୍ମ ଜନ୍ମାନ୍ତରର । ଅଗ୍ନିକୁ ସାଖି ରଖି ସ୍ୱାମୀ, ସ୍ତ୍ରୀ ୭ଜନ୍ମ ସାଥିରେ ଚାଲିବାର ପ୍ରତିଜ୍ଞା ନେଇଥାନ୍ତି । ସବୁ ବାଧା ବିଘ୍ନକୁ ଖାତିର ନକରି ଏକା ସାଙ୍ଗରେ ଆଗକୁ ବଢ଼ିବାର ପ୍ରତିଜ୍ଞା ନେଇଥାନ୍ତି ।

ଏଭଳି ହିଁ କିଛି ପ୍ରତିଜ୍ଞାକୁ ରକ୍ଷା କରି ବୃଦ୍ଧ ସ୍ୱାମୀ ବୋହି ନେଇଛି ତା ବୃଦ୍ଧା ସ୍ତ୍ରୀକୁ । ଆଜ୍ଞା ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନନ୍ଦୁରବରର ଜିଲ୍ଲାର ଚାନ୍ଦସାଇଲି ଘାଟ ଗାଁରେ । ମହାମାରୀ ସମୟରେ ସ୍ୱାସ୍ଥ୍ୟସେବାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ମଧ୍ୟ ୭୦ବର୍ଷୀୟ ବୃଦ୍ଧ ନିଜ ରୋଗୀଣା ପତ୍ନୀଙ୍କ ଜୀବନ ରକ୍ଷା କରିବା ପାଇଁ କେମିତି ଶେଷ ଯାଏଁ ଚେଷ୍ଟା କରୁଛନ୍ତି ତାହା ସାମ୍ନାକୁ ଆସିଛି । ତେବେ ସୂଚନା ଅନୁଯାୟୀ ୭୦ ବର୍ଷୀୟ ଅଦଲ୍ୟା ପାଦଭିଙ୍କ ୬୫ ବର୍ଷୀୟ ପତ୍ନୀ ସିଦଲୀବାଇଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡ଼ି ଚାଲିଯାଇଥିଲା । ତାଙ୍କର ଜ୍ୱର ହୋଇଥିବା ସହ ତାହା ବଢ଼ିବାରେ ଲାଗିଥିଲା । ତେବେ ସିଦଲୀବାଇଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଦଲ୍ୟା ତାଙ୍କୁ ହସ୍ପିଟାଲ ନେବାକୁ ନିଷ୍ପତି ନେଇଥିଲେ । ମାତ୍ର ଚାନ୍ଦସାଇଲି ଘାଟ ଗାଁରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଗାଁ କୁ ଆମ୍ବୁଲାନ୍ସ ଆସିପାରିନଥିଲା । ଏଥିପାଇଁ ବୃଦ୍ଧ ଜଣକ ତାଙ୍କ ପତ୍ନୀଙ୍କୁ କାନ୍ଧରେ ବୋହି ନେଇ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ । ପତ୍ନୀଙ୍କୁ ବୃଦ୍ଧ ଜଣଙ୍କ କାନ୍ଧରେ ପକାଇ ଦୀର୍ଘ ୪ କିମି ବାଟ ଚାଲି ଚାଲି ଯାଇଥିଲେ । ରାସ୍ତାରେ ଯିବା ସମୟରେ ବୟସ କାରଣରୁ ସେ ବାରମ୍ବାର ଥକି ପଡ଼ୁଥିଲେ ମଧ୍ୟ ଧର୍ଯ୍ୟହରା ନହୋଇ ହସ୍ପିଟାଲରେ ପହଞ୍ଚାଇ ଥିଲେ । ହେଲେ ସେଠାରେ ଡାକ୍ତର ସିଦଲୀବାଇଙ୍କୁ ମୃତ ଘୋଷଣା କରିବା ସହ ବାଟରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା କହିଥିଲେ ।

Related posts

ମାତୃତ୍ବ ଛୁଟି ୧ ବର୍ଷକୁ ବୃଦ୍ଧି

mahabharatanews

ରଙ୍ଗ ପର୍ବରେ ଗୁଗଲର ଉପହାର

mahabharatanews

ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ

mahabharatanews