ଓଡିଶା

ଶବ ବ୍ୟବଛେଦ ଘରେ ଚାଲିଛି ଅସାମାଜିକ କାର୍ଯ୍ୟ

(ଭଦ୍ରକ) ; ନାମକୁ ମାତ୍ର ତିଆରି ହୋଇଛି ଶବ ବ୍ୟବଛେଦ ଘର । ଭିତରେ କିନ୍ତୁ ଚାଲିଛି ଅସାମାଜିକଙ୍କ ଆଡ୍ଡା । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଧାମନଗର ବ୍ଲକରୁ । ଶବ ବ୍ୟବଛେଦ ଘରେ ଶବ ଆସୁନି । ଆସୁଛନ୍ତି କିଛି ଅସାମଜିକ ବ୍ୟକ୍ତି । ଆଉ ଗୃହରୁ ମିଳୁଛି ଆପତ୍ତିଜନକ ଜିନିଷ । ଖାଲି ଅସାମାଜିକଙ୍କ ଆଡ୍ଡା ସ୍ଥଳି ନୁହେ । ଏଠାରେ ମଧ୍ୟ ଗୋରୁ ଗାଈଙ୍କୁ ବାନ୍ଧୁଥିବା ମଧ୍ୟ ସୂଚନା ରହିଛି । ଲୋକମାନେ ଦୂରକୁ ମୃତଦେହ ନେଇ ବ୍ୟବଚ୍ଛେଦ କରିବା ସମସ୍ୟାକୁ ଦେଖି ଉକ୍ତ ବ୍ଲକରେ ଶବ ବ୍ୟବଛେଦ ଗୃହ ନିର୍ମାଣ ହୋଇଥିଲା ।ରକାର ଲକ୍ଷାଧିକ ଟଙ୍କାର ବ୍ୟୟବରାଦରେ ଯୋଜନା କରୁଥିବା ବେଳେ ତାହା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାର୍ୟ୍ୟକ୍ଷମ ହୋଇପାରୁନି । ଶବ ବ୍ୟବଚ୍ଛେଦ ଗୃହ ଏବେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

Related posts

କମୁଛି ସଂକ୍ରମଣ , ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ

mahabharatanews

କରୋନା ସଚେତନତା କାର୍ଯ୍ୟକ୍ରମ ଓ ମାକ୍ସ ବଣ୍ଟନ

mahabharatanews

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

mahabharatanews