ଓଡିଶା

 ବିସ୍ଫୋରଣରେ ଜଣେ ମୃତ, ଜଣେ ନିଖୋଜ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରରେ ଜଣେ ମୃତ୍ୟୁବରଣ କରିଛନ୍ତି । ବିସ୍ଫୋରଣରେ ଗୁରୁତର ୨ ଆହତଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି । ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ । ଦୁଇ ଗୁରୁତର ଆହତଙ୍କୁ ଗତକାଲି ତତ୍କ୍ଷଣାତ୍ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ବିସ୍ଫୋରଣରେ ତାଙ୍କ ଶରୀରରେ ୬୦ ପ୍ରତିଶତ ପୋଡ଼ି ଯାଇଥିଲା ।
ଅନ୍ୟ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ବିସ୍ଫୋରଣ ପରଠାରୁ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ କର୍ମଚାରୀଙ୍କ ପତ୍ତା ମିଳୁ ନ ଥିବା ତାଙ୍କ ପରିବାର ଅଭିଯୋଗ କରୁଛନ୍ତି । ନିଖୋଜ କର୍ମଚାରୀ ହେଲେ ସୀମାଞ୍ଚଳ ପରିଡ଼ା । ବିସ୍ଫୋରଣ ପରଠାରୁ ତାଙ୍କର କୌଣସି ଖୋଜଖବର ନାହିଁ । ଅନ୍ୟପଟେ ପୁଲିସ ସୀମାଞ୍ଚଳଙ୍କୁ ପାଇନଥିବା ବେଳେ ଘଟଣାସ୍ଥଳରୁ ତାଙ୍କ ମନିପର୍ସ ପାଇଥିବା ସୂଚନା ରହିଛି ।

 

Related posts

ପୁରୀରୁ ୩ ଓମିକ୍ରନ ଚିହ୍ନଟ ପରେ ଫେରିଲା କଣ୍ଟେନମେଣ୍ଟ ଜୋନ

mahabharatanews

ଜରଡାରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା

mahabharatanews

ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ : ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ 

mahabharatanews