ଓଡିଶା

 ବିସ୍ଫୋରଣରେ ଜଣେ ମୃତ, ଜଣେ ନିଖୋଜ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରରେ ଜଣେ ମୃତ୍ୟୁବରଣ କରିଛନ୍ତି । ବିସ୍ଫୋରଣରେ ଗୁରୁତର ୨ ଆହତଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି । ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ । ଦୁଇ ଗୁରୁତର ଆହତଙ୍କୁ ଗତକାଲି ତତ୍କ୍ଷଣାତ୍ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ବିସ୍ଫୋରଣରେ ତାଙ୍କ ଶରୀରରେ ୬୦ ପ୍ରତିଶତ ପୋଡ଼ି ଯାଇଥିଲା ।
ଅନ୍ୟ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ବିସ୍ଫୋରଣ ପରଠାରୁ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ କର୍ମଚାରୀଙ୍କ ପତ୍ତା ମିଳୁ ନ ଥିବା ତାଙ୍କ ପରିବାର ଅଭିଯୋଗ କରୁଛନ୍ତି । ନିଖୋଜ କର୍ମଚାରୀ ହେଲେ ସୀମାଞ୍ଚଳ ପରିଡ଼ା । ବିସ୍ଫୋରଣ ପରଠାରୁ ତାଙ୍କର କୌଣସି ଖୋଜଖବର ନାହିଁ । ଅନ୍ୟପଟେ ପୁଲିସ ସୀମାଞ୍ଚଳଙ୍କୁ ପାଇନଥିବା ବେଳେ ଘଟଣାସ୍ଥଳରୁ ତାଙ୍କ ମନିପର୍ସ ପାଇଥିବା ସୂଚନା ରହିଛି ।

 

Related posts

ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଯୋନ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତ

mahabharatanews

୧୬ ରୁ ୧୯ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭ।ବନା

mahabharatanews

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ 

mahabharatanews