ଓଡିଶା

ଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ବଡ଼ସୁଆର ନିକଟରେ ଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ ଗତକାଲି ବନ୍ଧମୁଣ୍ଡା ନିକଟ ଖରସ୍ରୋତା ନଦୀର ମଙ୍ଗଳାପ ଘାଟରେ ଗାଧୋଉଥିବା ବେଳେ ୭ ଜଣ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ କିଶାନ ଜେନା, ଶୁଭମ ଜେନା ଏବଂ ସୁବ୍ରତ ଜେନା ଏହି ୩ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏବେ ବି ଆଉ ଦୁଇ ଜଣ ନିଖୋଜ ରହିଛନ୍ତି । ତେବେ ଅଗ୍ନିଶମ ଓ ଓଡ୍ରାଫ ପକ୍ଷରୁ ଉଦ୍ଧାର ଜାରି ରଖାଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ ହୋଲି ଉତ୍ସବ ପରେ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ୭ ଜଣ ଭାସିଯାଇଥିଲେ। ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଶୁକ୍ରବାର ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ତେବେ ଗତକାଲି ସନ୍ଧ୍ୟା ସୁଦ୍ଧା ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଥିଲେ । ସମସ୍ତଙ୍କର ବୟସ ୧୫ରୁ ୨୧ ବର୍ଷ ବୟସ ମଧ୍ୟରେ ହେବ।

Related posts

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ

mahabharatanews

ଭାଲୁ ଆକ୍ରମଣରେ ଯୁବକ ଆହତ

mahabharatanews