ଭାରତ

ବିଦ୍ୟୁତ ଆନ୍ଦୋଳନ; ପୋଲିସ ଗୁଳିରେ ଜଣେ ମୃତ,୨ ଆହତ

(ବିହାର) : ପୋଲିସ ଗୁଳିରେ ଜଣେ ମୃତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର କଟିହାରରେ। ବିଦ୍ୟୁତ ବିଭାଗ ବିରୋଧରେ ଆନ୍ଦୋଳନ ସମୟରେ ପୁଲିସ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ପୁଲିସ ଗୁଳିରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନାଁ ମହମ୍ମଦ ଖୁରଶିଦ (୩୫)। ୨ ଆହତଙ୍କ ମଧ୍ୟରୁ ଜଣଙ୍କୁ ପଶ୍ଚିମଙ୍ଗର ସିଲିଗୁଡ଼ି ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି ଏବଂ ଅନ୍ୟ ଜଣଙ୍କୁ କଟିହାର ସାଦର ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ସୂଚନାନୁଯାୟୀ , ଅନିୟମିତ ବିଦ୍ୟୁତ ଯୋଗାଣ ଏବଂ ଉଚ୍ଚ ବିଦ୍ୟୁତ ବିଲ୍‌କୁ ବିରୋଧ କରି ଆଜି କଟିହାର ବରସୋଇ ସହର ନିକଟସ୍ଥ ଏକ ଗ୍ରାମର ବାସିନ୍ଦାମାନେ ବିଦ୍ୟୁତ ବିଭାଗ ଅଫିସ ବାହାରେ ରୁଣ୍ଡ ହୋଇ ଆନ୍ଦୋଳନ କରିଥିଲେ। ବହୁସଂଖ୍ୟାରେ ଲୋକ ଆଜି ବିଦ୍ୟୁତ ବିଭାଗ ଅଫିସ ଉପରକୁ ପଥର ମାଡ଼ କରିବା ସହ ଭଙ୍ଗାରୁଜା କରିଥିଲେ। ତେବେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିମାଡ଼ ଏବଂ ଗୁଳିମାଡ଼ କରିଥିଲା। ଫଳରେ ପୁଲିସ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

Related posts

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଶୁଭେଚ୍ଛା  

mahabharatanews

ପୁଣି ଗିରଫ ହେଲେ ଇମ୍ରାନ୍‌ ଖାନ 

mahabharatanews

କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ 

mahabharatanews