ଓଡିଶା

ରାଜ୍ୟରେ ମାତ୍ର ୧୦୧୮୦ଜଣ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ

(ଦିଲ୍ଲୀ) : ଦେଶରେ କରୋନା ସଂକ୍ରମଣର ସଂଖ୍ୟା ପୁଣି ଥରେ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ୬୦ବର୍ଷରୁ ଅଧିକ ୬ଲକ୍ଷ ୪୩ହଜାର ୪୫୦ଜଣ ବ୍ୟକ୍ତି ନିଜର ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ଏହି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଜାରି କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଏନେଇ ଉଦବେଗ ଜଣାଇବା ପରେ ଗତକାଲି ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ‘ବୁଷ୍ଟର ଡୋଜ୍‌’ ଟିକା ଦେବା କାର୍ଯ୍ୟକୁ ଜରୁରୀକାଳୀନ ଭାବେ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ୧୮ରୁ ୫୯ବର୍ଷ ବୟସର ମାତ୍ର ୧୦୧୮୦ଜଣ ଲୋକ ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି ।

 

Related posts

କରୋନା ସଂକ୍ରମଣରେ ରାଜ୍ୟର ସ୍ଥିତି

mahabharatanews

କାଳବୈଶାଖୀ ସମ୍ଭାବନା : ୧୩ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି 

mahabharatanews

ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ

mahabharatanews