ଓଡିଶା

‘ମୋ ଅନୁଭୂତିର ଲଦାଖ’ପୁସ୍ତକ ଉନ୍ମୋଚନ

(ଭୁବନେଶ୍ୱର) : ଭ୍ରମଣକାରୀର ଅଭିଜ୍ଞତା ଓ ଅନୁଭୂତି ପାଠକମାନଙ୍କୁ ଆକର୍ଷିତ କରିଥାଏ । ତଥ୍ୟ ଭିତିକ ଭ୍ରମଣକାହାରୀ ଆମକୁ ଯେତେ ରୋମାଞ୍ଚକର ତାହାଠାରୁ ଅଧିକ ଜ୍ଞାନ ବୃଦ୍ଧିରେ ପ୍ରଭାବିତ କରିଥାଏ । ବିଶେଷଭାବରେ ବାହାର ସ୍ଥାନର କଳା, ସଂସ୍କୃତି, ପରମ୍ପରା, ଲୋକଙ୍କ ଜୀବନ ଶୈଳୀ, ଭୌଗଳିକ ପରିବେଶ, ଐତିହାସିକ ପୃଷ୍ଠଭୂମି ଏବଂ ପ୍ରତକ୍ଷ୍ୟଦର୍ଶୀଙ୍କ ଅନୁଭୂତି ମଧ୍ୟରୁ ପାଠକ ସାଉଁଟିବାର ପ୍ରୟାସ କରେ ବୋଲି ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରକାଶ କରିଛନ୍ତି ।
ଆଜି ସାଗରିକା ମିଶ୍ରଙ୍କ ଦ୍ୱାରା ରଚିତ ଭ୍ରମଣକାହାଣୀ ପୁସ୍ତକ ‘ମୋ ଅନୁଭୂତିର ଲଦାଖ’ ଉନ୍ମୋଚନ କରି ମନ୍ତ୍ରୀ ସିଂହ କହିଛନ୍ତି ଯେ, ଡ.ମିଶ୍ର ଜଣେ ପ୍ରାଣୀ ଚିକିତ୍ସକ ହେଲେ ମଧ୍ୟ ତାଙ୍କ ଭ୍ରମଣକାହାଣୀର ବର୍ଣ୍ଣନା ଅତିବ ସରଳ, ସାବଲୀଳ ତଥା ଅଧିକ ଆକର୍ଷଣୀୟ ହୋଇଛି । ଭାରତର ମଥାନ ଉପରେ ଅବସ୍ଥିତ ବରଫାବୃତ୍ତ ଲଦାଖ ଅଞ୍ଚଳ ଏକ ଭିନ୍ନ ଜୀବନଶୈଳୀ ପାଇଁ ଜଣାଶୁଣା । ବିଶ୍ୱର ଉଚ୍ଚତମ ଗିରିଶୃଙ୍ଖ ଏବଂ ଶିଖରରେ ଅବସ୍ଥିତ ସର୍ପିଳ ରାସ୍ତାରେ ଭ୍ରମଣକରି ଡ. ମିଶ୍ର ଯେଉଁ ଅନୁଭୂତି ସାଉଁଟିଛନ୍ତି ତାକୁ ନିୟାରା ଢଙ୍ଗରେ ପରିବେଷଣ କରିଛନ୍ତି । ଏହି ଭ୍ରମଣ କାହାଣୀ ପୁସ୍ତକଟି ପାଠକମାନଙ୍କ ମନଛୁଆଁ ହୋଇପାରିବ ବୋଲି ମନ୍ତ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି ।
ଏହି ଅବସରରେ ଡ. ପ୍ରଦୀପ କୁମାର ରାଉତ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଲେଖିକା ସାଗରିକା ମିଶ୍ରଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Related posts

ଜି-୨୦ ଅଧ୍ୟକ୍ଷତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews

ମହାନଦୀିରେ ବନ୍ୟା ଆଶଙ୍କା ନାହିଁ

mahabharatanews

ସମ୍ବଲପୁରରେ ବର୍ଷେ ବନ୍ଦ ସମସ୍ତ ଧାର୍ମିକ ଶୋଭାଯାତ୍ରା

mahabharatanews