(ଜମ୍ମୁକାଶ୍ମୀର) : ୫୦ ଦିନରେ ୨୧ ଆତଙ୍କବାଦୀ ନିପାତ । ଜାମ୍ମୁ-କାଶ୍ମୀରରେ ସେନାର ମିଶନ ‘ତ୍ରିନେତ୍ର’ । ଆତଙ୍କୀଙ୍କୁ ଗଣି ଗଣି ଏନକାଉଣ୍ଟର କରୁଛି ଭାରତୀୟ ସେନା। ଡ୍ରୋନ୍ ମୁତୟନ କରି ଆତଙ୍କବାଦୀଙ୍କ ଉପରେ କରୁଛି ପ୍ରହାର । ଗତ ଦୁଇ ଦିନ ମଧ୍ୟରେ ପୁଞ୍ଝ ଜିଲ୍ଲାରେ ୬ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ତେବେ ଭାରତୀୟ ସେନା ଆତଙ୍କବାଦୀ ଗତିବିଧି ଉପରେ ଅଙ୍କୁଶ ଲାଗାଉଥିବାରୁ ଏହି ସଂଖ୍ୟା ହ୍ରାସ ପାଉଛି। ଚଳିତ ବର୍ଷ ଜାନୁଆରୀ ପହିଲାରୁ ୨୦ ଜୁଲାଇ ପର୍ଯ୍ୟନ୍ତ ୩୫ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟ କରାଯାଇଛି ।
ସୂଚନାନୁଯାୟୀ , ଗତ ବର୍ଷ ଏହି ସମୟରେ ୧୩୧ ଆତଙ୍କବାଦୀ ନିହତ ହୋଇଥିଲେ। ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ସବୁଠାରୁ କମ୍ ଆତଙ୍କୀ ନିପାତ ହୋଇଛନ୍ତି । ସେହିପରି ମଇ ମାସରେ ୬ ଆତଙ୍କବାଦୀଙ୍କୁ ସେନା ଟାର୍ଗେଟ୍ କରିଥିଲା। ବିଶେଷ କରି ଶୀତ ଦିନରେ ପ୍ରବଳ ଥଣ୍ଡା ଏବଂ ଘାଟି ରାସ୍ତା ବନ୍ଦ ହେବା ଯୋଗୁ ଅନୁପ୍ରବେଶ ବନ୍ଦ ହୋଇଯାଇଥାଏ । ମାତ୍ର ରାସ୍ତା ଖୋଲିବା ପରେ ପୁଣି ଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବଢ଼ିଥାଏ । ତେଣୁ ଜୁନ୍ ଓ ଜୁଲାଇ ମାସରେ ସେନାର କାର୍ଯ୍ୟାନୁଷ୍ଠାନ ବଢ଼ିଯାଏ ଏବଂ ଏନକାଉଣ୍ଟର ଅଧିକ ହୋଇଥାଏ।