ଭାରତ

ସେନାର ମିଶନ ‘ତ୍ରିନେତ୍ର’; ୫୦ ଦିନରେ ୨୧ ଆତଙ୍କବାଦୀ ନିପାତ

(ଜମ୍ମୁକାଶ୍ମୀର) : ୫୦ ଦିନରେ ୨୧ ଆତଙ୍କବାଦୀ ନିପାତ । ଜାମ୍ମୁ-କାଶ୍ମୀରରେ ସେନାର ମିଶନ ‘ତ୍ରିନେତ୍ର’ । ଆତଙ୍କୀଙ୍କୁ ଗଣି ଗଣି ଏନକାଉଣ୍ଟର କରୁଛି ଭାରତୀୟ ସେନା। ଡ୍ରୋନ୍ ମୁତୟନ କରି ଆତଙ୍କବାଦୀଙ୍କ ଉପରେ କରୁଛି ପ୍ରହାର । ଗତ ଦୁଇ ଦିନ ମଧ୍ୟରେ ପୁଞ୍ଝ ଜିଲ୍ଲାରେ ୬ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ତେବେ ଭାରତୀୟ ସେନା ଆତଙ୍କବାଦୀ ଗତିବିଧି ଉପରେ ଅଙ୍କୁଶ ଲାଗାଉଥିବାରୁ ଏହି ସଂଖ୍ୟା ହ୍ରାସ ପାଉଛି। ଚଳିତ ବର୍ଷ ଜାନୁଆରୀ ପହିଲାରୁ ୨୦ ଜୁଲାଇ ପର୍ଯ୍ୟନ୍ତ ୩୫ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟ କରାଯାଇଛି ।

ସୂଚନାନୁଯାୟୀ , ଗତ ବର୍ଷ ଏହି ସମୟରେ ୧୩୧ ଆତଙ୍କବାଦୀ ନିହତ ହୋଇଥିଲେ। ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ସବୁଠାରୁ କମ୍ ଆତଙ୍କୀ ନିପାତ ହୋଇଛନ୍ତି । ସେହିପରି ମଇ ମାସରେ ୬ ଆତଙ୍କବାଦୀଙ୍କୁ ସେନା ଟାର୍ଗେଟ୍ କରିଥିଲା। ବିଶେଷ କରି ଶୀତ ଦିନରେ ପ୍ରବଳ ଥଣ୍ଡା ଏବଂ ଘାଟି ରାସ୍ତା ବନ୍ଦ ହେବା ଯୋଗୁ ଅନୁପ୍ରବେଶ ବନ୍ଦ ହୋଇଯାଇଥାଏ । ମାତ୍ର ରାସ୍ତା ଖୋଲିବା ପରେ ପୁଣି ଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବଢ଼ିଥାଏ । ତେଣୁ ଜୁନ୍ ଓ ଜୁଲାଇ ମାସରେ ସେନାର କାର୍ଯ୍ୟାନୁଷ୍ଠାନ ବଢ଼ିଯାଏ ଏବଂ ଏନକାଉଣ୍ଟର ଅଧିକ ହୋଇଥାଏ।

Related posts

ସହର ଭିତରେ ବୁଲୁଛି ହାତୀ

mahabharatanews

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲ

mahabharatanews

ସତର୍କ ସୂଚନା ଜାରି କଲା ଦିଲ୍ଲୀ ପୋଲିସ

mahabharatanews