ଭାରତ

ମଣିପୁରରେ ୨୧ ଜଣିଆ ବିରୋଧୀ ପ୍ରତିନିଧି ଦଳ

(ମଣିପୁର) : ଥମିବାର ନାଁ ନେଉନି ମଣିପୁର ହିଂସା । ଏହାରି ମଧ୍ୟରେ ମିଳିତ ବିରୋଧୀ INDIA ର ୨୧ ଜଣ ସାଂସଦଙ୍କ ଏକ ପ୍ରତିନିଧୀ ଦଳ ଶନିବାର ଦିନ ରାଜ୍ୟ ଗସ୍ତ କରିଛନ୍ତି । ମଣିପୁର ଗସ୍ତ କରି ବିରୋଧୀ ସାସଂଦ ସ୍ଥିତି ଆକଳନ କରିଛନ୍ତି । ସାଂସଦମାନେ ଦିଲ୍ଲୀରୁ ଏକ ବ୍ୟବସାୟିକ ବିମାନ ଯୋଗେ ଇମ୍ଫାଲରେ ପହଞ୍ଚିଛନ୍ତି ।

ସୂଚନାନୁଯାୟୀ , ସମସ୍ତେ ପହଞ୍ଚିବା ପରେ ପ୍ରତିନିଧୀ ଦଳ ଚୁରଚାନ୍ଦପୁର ଯିବେ । ଏଠାରେ ଅଧିକ ହିଂସା ଘଟିଛି । ଏଠାରେ ରିଲିଫ୍ କ୍ୟାମ୍ପରେ କୁକି ସମ୍ପ୍ରଦାୟର ପୀଡିତମାନଙ୍କୁ ଭେଟିବେ । “ଇମ୍ଫାଲ ଠାରୁ ସେମାନେ ସୁରକ୍ଷା ଦୃଷ୍ଟିରୁ ଚୁରାଚାନ୍ଦପୁର ଯିବେ । କେବଳ ଗୋଟିଏ ହେଲିକପ୍ଟର ଉପଲବ୍ଧ ଥିବାରୁ ପ୍ରତିନିଧୀ ଦଳର ସଦସ୍ୟଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯିବ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏବଂ ଅନ୍ୟମାନଙ୍କୁ ନେଇ ଏକ ଦଳ ପ୍ରଥମେ ଚୁରାଚାନ୍ଦପୁରରେ ପହଞ୍ଚି ଚୁରଚାନ୍ଦପୁର କଲେଜର ଛାତ୍ର ହଷ୍ଟେଲରେ ସ୍ଥାପିତ ଏକ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ । ରବିବାର ସକାଳେ ଏହି ପ୍ରତିନିଧି ରାଜ୍ୟ ଭବନରେ ରାଜ୍ୟପାଳ ଅନୁସୁୟା ଉଇକିଙ୍କୁ ଭେଟିବେ ଏବଂ ଚାଲିଥିବା ପରିସ୍ଥିତି ଏବଂ ଶୀଘ୍ର ମଣିପୁରରେ ଶାନ୍ତି ଆଣିବା ପାଇଁ ସମ୍ଭାବ୍ୟ ପଦକ୍ଷେପ ବିଷୟରେ ଆଲୋଚନା କରିବେ ।

Related posts

ଭାଙ୍ଗିଲା ଖେଳାଳି କପଲ୍‌ଙ୍କ ଯୋଡି !

mahabharatanews

ରାଜ୍ୟସଭାରେ ପାସ ହେଲା ଦିଲ୍ଲୀ ସେବା ବିଲ୍ 

mahabharatanews

ଜରୁରୀ କ୍ୟାବିନେଟ୍ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ 

mahabharatanews