ଓଡିଶା

ଝିଅ ପାଇଁ ଟଣା ଓଟରା ଦୁଇ ମାଆ

ଭୁବନେଶ୍ୱର: ଛୁଆ କାହାର ? ଦେବକୀ ନା ଯଶୋଦାର । ଏ ଭଲି ଘଟଣା ଘଟିଛି ଝିଅ ପଳାଶୁଣୀ ମୁଣ୍ଡାସାହିରେ। ଭୁବନେଶ୍ବରରେ ଘରଭଡ଼ା ଦେଇ ନପାରିବାରୁ ୮ ବର୍ଷର ଝିଅକୁ ଘର ମାଲିକ ନେଇଯିବା ଘଟଣା । ଖବର ପହଞ୍ଚିବା ପରେ ଚାଇଲ୍ଡ ଲାଇନର ତତ୍ପରତା । ମଞ୍ଚେଶ୍ୱର ଥାନାରେ ଚାଇଲ୍ଡ ଲାଇନ ଟିମ୍ । ଖୁବ୍ ଶୀଘ୍ର ରେସ୍କ୍ୟୁ ଅପରେସନ ଆରମ୍ଭ ହେବ । ୧୦ ଦିନ ହେଲା ପିଲାକୁ ପାଇବା ପାଇଁ ଏ ଥାନାରୁ ସେ ଥାନାକୁ ଘୂରି ବୁଲୁଥିଲେ ବାପା ମା ।
ସୂଚନାନୁସରେ , ମାର୍ଶାଘାଇ ଅଞ୍ଚଳର ସନ୍ତୋଷ ପ୍ରଧାନ ଓ ମନ୍ଦୋଦରୀ ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣୀ କେନାଲ ବନ୍ଧ ଅଞ୍ଚଳରେ ବାବୁଲି ବିଷୋୟୀ ଓ କୁନି ବିଷୋୟୀଙ୍କ ଘରେ ଭଡ଼ାରେ ରହୁଥିଲେ । ପୂର୍ବରୁ ମାଲିକଙ୍କ ସହିତ ଚୁକ୍ତି ଅନୁସାରେ ଘରଭଡ଼ା ବାବଦକୁ ଘରେ କାମ କରି ଟଙ୍କା ଦେଉଥିଲେ । ଘର ଛାଡ଼ିବା ବେଳେ ଘର ମାଲିକ କିନ୍ତୁ ଝିଅକୁ ଛାଡୁନାହାନ୍ତି ବୋଲି ବାପାମାଆ ଅଭିଯୋଗ କରିଥିଲେ । ମଞ୍ଚେଶ୍ୱର ଥାନା ପୋଲିସ ନଶୁଣିବାରୁ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ ସନ୍ତୋଷ ଓ ତାଙ୍କ ପତ୍ନୀ ।

ଅନ୍ୟପକ୍ଷରେ ଏହି ମାମଲାରେ ଏବେ ଦେଖିବାକୁ ଭିନ୍ନ ଏକ ମୋଡ଼ । ଏହି ଝିଅକୁ ଲାଳନ ପାଳନ କରୁଥିବା ମହିଳା ଓଲଟା ଅଭିଯୋଗ କରିଛନ୍ତି । ସେ କହଛନ୍ତି କି ଉକ୍ତ ଝିଅର ମା ବୋଲି ଦାବି କରୁଥିବା ମହିଳା ଜଣଙ୍କ ଏହି ଝିଅକୁ ଟ୍ରେନ ଲାଇନରୁ ପାଇଥିଲେ ବୋଲି ତାଙ୍କୁ କହିଥିଲେ । ଏହାପରେ ସେ ଏହି ଛୁଆକୁ ପଳାଶୁଣୀ ମୁଣ୍ଡାସାହିରେ ରହୁଥିବା ମହିଳାଙ୍କୁ ଦେଇଥିଲେ । ସେ ସେହି ଝିଅକୁ ପାଠ ପଢ଼ାଇବା ସହ ତାଙ୍କ ନାଁରେ ଆଧାର କାର୍ଡ ଓ ବ୍ୟାଙ୍କରେ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି । ତେବେ ୯ ବର୍ଷ ପରେ ସନ୍ତୋଷ ପ୍ରଧାନ ଓ ମନ୍ଦୋଦରୀ ଝିଅକୁ ନେବା ପାଇଁ ଦାବି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳାଜଣଙ୍କ । ତେବେ ପ୍ରକୃତରେ ଏହି ଝିଅ କାହାର ତାହା ଚାଇଲ୍ଡ ଲାଇନ ହିଁ ନିଷ୍ପତ୍ତି ନେବ ।

Related posts

ମଣ୍ଡିରୁ ଧାନ ତୁରନ୍ତ ଉଠାଇବା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

mahabharatanews

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

mahabharatanews

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

mahabharatanews