ଓଡିଶା

ବ୍ରିଜ ଉପରୁ ଖସିଲା ଘର ଉପରେ ପଡିଲା ଟ୍ରକ

ଭୁବନେଶ୍ୱର/ସରୋଜ ରାଉତ: ଓଭରବ୍ରିଜ ତଳକୁ ଖସିଲା ମୋରମ ବୋଝେଇ ଟ୍ରକ । ଗତକାଲି ରାତିରେ ରାଜଧାନୀର ରସୁଲଗଡ ଓଭର ବ୍ରିଜ ଉପରୁ ଏକ ମୋରମ ବୋଝେଇ ଟ୍ରକ ତଳକୁ ଖସିପଡିଛି । ଟ୍ରକଟି ଓଭର ବ୍ରିଜରୁ ଖସି ତଳେ ଥିବା ଜଣେ ମହିଳାଙ୍କ ଘର ଉପରେ ପଡିଛି । ଫଳରେ ଘରଟି ଭାଙ୍ଗି ଯାଇଛି । ତେବେ ସୌଭାଗ୍ୟକୁ କାହାରି ଜୀବନ ହାନୀ ଘଟି ନାହିଁ ।
ଟ୍ରକଟି ମୋରମ ନେଇ ରସୁଲଗଡ ଓଭର ବ୍ରିଜ ଦେଇ ଯାଉଥିବା ବେଳେ ବ୍ରିଜ ଉପରେ ହିଁ ଟ୍ରକର ଚକା ଫାଟିଥିଲା । ଫଳରେ ଟ୍ରକଟି ବ୍ରିଜ ଉପରୁ ତଳକୁ ଖସି ପଡିଥିଲା । ବ୍ରିଜ ତଳେ ଥିବା ଏକ ଘର ଉପରେ ଟ୍ରକ ଖସି ପଡିବାରୁ ଘରଟି ଭାଙ୍ଗି ଯାଇଛି । ତେବେ ଏଥିରେ କୌଣସି ଜୀବନ ହାନୀ ହୋଇନାହିଁ । ଏଠାରେ କହି ରଖୁ କି, କିଛି ଦିନ ତଳେ ସମାନ ଜାଗାରେ ଅନ୍ୟ ଏକ ଟ୍ରକର ଚକ ଫାଟିବାରୁ ଟ୍ରକଟି ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବ୍ରିଜ ବାଡରେ ଧକ୍କା ଖାଇଥିଲା । ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଏଥିପ୍ରତି ଧ୍ୟାନ ଦେବାକୁ ତଥା ଗାଡିର ମେଣ୍ଟେନାନ୍ସ ତଥା ଓଭର ଲୋଡକୁ ଗୁରୁତ୍ୱ ଦେବା ଆବଶ୍ୟକ ହୋଇପଡିଥିବା ମନେ ହେଉଛି ।

 

Related posts

ବିମ୍ବାଧର ୱେଲ ଫେୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

mahabharatanews

ଫ୍ରି ଫାୟାର ହେଲା କାଳ

mahabharatanews

 ବାଦାମବାଡ଼ିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର

mahabharatanews