ଓଡିଶା

ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ରାସ୍ତାକୁ ଓହ୍ଲାଇଲା ସାମ୍ବାଦିକ ସଂଘ

ଭୁବନେଶ୍ୱର: ମନ୍ତ୍ରୀଙ୍କ ବିରୋଧରେ ହେଉ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏଭଳି ସ୍ଲୋଗାନ ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ । ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ । ଘଟଣାକୁ ୩ ଦିନ ବିତି ଯାଇଥିବା ସତ୍ୱେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି ତାକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ ଉଠାଇଛନ୍ତି । ରଘୁନନ୍ଦନ ପୂର୍ବରୁ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ ଥିଲେ । ତଥାପି କେମିତି ସାମ୍ବାଦିକଙ୍କ ଉପରେ ଏଭଳି ବ୍ୟବହାର କରିପାରିଲେ ସେନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
୩ଦିନ ତଳେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସର ନିର୍ମାଣ ଭଙ୍ଗା ଘଟଣାକୁ କଭରେଜ ବେଳେ କର୍ତ୍ତବ୍ୟରତ ମହିଳା ସାମ୍ବାଦିକାଙ୍କୁ ଉପରକୁ ରଘୁନନ୍ଦନ କୁକୁର ଛାଡ଼ି ଦେଇଥିଲା । ଏନେଇ କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ୩ ଦିନ ବିତି ଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ ।

Related posts

ଡ଼ରାଇଲାଣି ଡେଙ୍ଗୁ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି 

mahabharatanews

ଚଳିତ ଥର ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୨୬ ପାର

mahabharatanews

ସାର, ଔଷଧ, ବିଶୋଧକ ମହଜୁଦ ରହିଛି: ମନ୍ତ୍ରୀ

mahabharatanews