ଓଡିଶା

ଭାଲୁ କାମୁଡ଼ାରେ ବୃଦ୍ଧା ଗୁରୁତର

(ପାଲଲହଡା/ଖଗେଶ୍ୱର ପିଙ୍ଗୁଆ): ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଂଜିଡି ପଞ୍ଚାୟତର ତିଳେଇପସି ଗ୍ରାମର କୈଳାଶ ସାହୁଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର କରିଛି ।
ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ସାଢେ ଛଅଟା ସମୟରେ ଗାଁ ପାଖରେ ଥିବା ରକ୍ଷିତ ଜଙ୍ଗଲକୁ ଯାଇଥିଲେ ବଣ ଛତୁ ଖୋଜିବାକୁ । କୈଳାଶ ସାହୁ (୫୫)ଛତୁ ଆଣିବା ପରିବର୍ତ୍ତେ ଛୁଆଳି ଭାଲୁର ଆକ୍ରମଣରେ ସ୍ୱୀକାର ହେବା ସହ ବେକ, ଗୋଡ ଓ ପିଚା ସ୍ଥାନରେ ଭାଲୁ କାମୁଡି କ୍ଷତବୀକ୍ଷତ କରିଛି କ୍ଷ କୈଳାସଙ୍କ ଚିତ୍କାର ଶୁଣି ଆଖ ପାଖରେ ଥିବା ବ୍ୟକ୍ତିମାନେ ତାଙ୍କୁ ଉଦ୍ଧାର କରିଥିଲେ ଓ ସାଙ୍ଗେ ସାଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଖମାର ସ୍ୱାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ର ଆଣିଥିଲେ ପରବର୍ତ୍ତୀ ସମୟରେ ତାକୁ ଅନୁଗୋଳ ସରକାରୀ ମୁଖ୍ୟ ଡାକ୍ତରଖାନା ପଠାଇଥିଲେ ।

Related posts

କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବଳୀ ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଜଗନ୍ନାଥ ଓ ବଳଭଦ୍ର

mahabharatanews

ଆୟବା: ଭୁଲ ପଞ୍ଜିକରଣ ଯୋଗୁଁ ୪୧ଚାଷୀ ଧାନ ବୀକ୍ରୟରୁ ବଂଚିତ

mahabharatanews

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ।

mahabharatanews