ଓଡିଶା

ଏଣିକି ଶ୍ରୀ ମନ୍ଦିରରେ ପାନ, ଗୁଟଖା ମନା

(ପୁରୀ) : ଏଣିକି ଶ୍ରୀ ମନ୍ଦିର ପରିସର ଭିତରକୁ ପାନ, ଗୁଟଖା ମନା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗକୁ ଚିଠି ଲେଖିଛି । ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି । ପାନ , ଗୁଟଖା ଖାଇଲେ ଫାଇନ୍ ଦେବାକୁ ପଡିବ । ଏହି ନିୟମ ପୂର୍ବରୁ ରହିଛି । କିନ୍ତୁ ଏହାକୁ କେହି ମାନୁନାହାଁନ୍ତି । ତେଣୁ ଏବେ ଜନସାଧାରଣଙ୍କୁ ଏ ନେଇ ସଚେତନ କରାଯିବ ।

ସୂଚନାନୁଯାୟୀ , ଅପରପକ୍ଷରେ ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ‌ପାଇଁ ଡ୍ରେସ୍‌ କୋର୍ଡ ମଧ୍ୟ ଲାଗୁ ହେବାକୁ ଯାଉଛି । ଏହା କୌଣସି ଏକ ରଂଗ ଓ ଡିଜାଇନରେ ସୀମିତ ରହିବନି । ଭକ୍ତଙ୍କର ପୋଷାକରେ ଶାଳୀନତା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି । ପ୍ରାୟ ବର୍ଷେ ହେଲା ସେବାୟତଙ୍କ କ୍ଷେତ୍ରରେ ବି ଡ୍ରେସକୋଡ୍‌ ଲାଗୁ କରାଯାଇଥିଲା ।

Related posts

ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ

mahabharatanews

ଉଦଳା ନିର୍ବାଚନ ମଣ୍ଡଳୀର ସେବା ସଂକଳ୍ପ ଅଭିଯାନ

mahabharatanews

ନୟାଗଡ଼ ASPଙ୍କ ବଦଳି ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି

mahabharatanews