ମନୋରଞ୍ଜନ

ପଞ୍ଚଭୂତରେ ଲୀନ ହେଲେ ଗାୟକ ପଙ୍କଜ ଉଧାସ

(ଦିଲ୍ଲୀ) : ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ଗଜଲ ଗାୟକ ପଙ୍କଜ ଉଧାସ। ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ତେବେ ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଆଜି ମୁମ୍ବାଇର ୱର୍ଲିରେ ଥିବା ହିନ୍ଦୁ ଶ୍ମଶାନ‌ରେ ପଙ୍କଜ ଉଦାସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା  ।

ସୂଚନାନୁଯାୟୀ , ଏହି ସମୟରେ ହିନ୍ଦୀ ସିନେମାର ଅନେକ ତାରକା ତାଙ୍କୁ ଶେଷ ବିଦାୟ ଦେବାକୁ ଆସିଥିଲେ। ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟି ମଧ୍ୟ ପଙ୍କଜ ଉଦାସଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ସୋନୁ ନିଗମଙ୍କଠାରୁ ଆରମ୍ଭ କରି ଶାନ ସମସ୍ତେ ଅନ୍ତିମ ଦର୍ଶନ ପାଇଁ ଗଜଲ ଗାୟକଙ୍କ ଘରେ ପହଞ୍ଚିଥିଲେ । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଆଜି ଅନ୍ତିମ ସଂସ୍କାର ସମୟରେ ବିଦ୍ୟା ବାଲାନ, ସୋନୁ ନିଗମ, ଶାନ, ଜାକିର ହୁସେନ୍, ବିଶାଲ ଭରଦ୍ୱାଜ, ସୁନୀଲ ଗାଭାସ୍କର, ଶଙ୍କର ମହାଦେବନ, ପେପନ୍ ପ୍ରମୁଖ ପଙ୍କଜ ଉଦାସଙ୍କର ଶେଷ ଦର୍ଶନ କରିଥିଲେ।

Related posts

“‘ଝଲକ ଦିଖଲା ଯା-୧୧’ରେ ଅସମ୍ମାନ କରାଯାଉଛି”: ଶିବ ଠାକରେ

mahabharatanews

୧୦୦ ପରିବାରକୁ ୧ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଲେ ସୁପରଷ୍ଟାର ବିଜୟ 

mahabharatanews

 ଅନିଲ କପୁରଙ୍କ ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ

mahabharatanews