ମନୋରଞ୍ଜନ

ବସ୍‌ରେ ଲଭବାର୍ଡ ପରିଣୀତି ଓ ରାଘବ

(ମୁମ୍ବାଇ) : ହାତକୁ ଦି ହାତ ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା । ସେ ଦୁହିଁଙ୍କୁ ବସ୍‌ରେ ଦେଖିବା ପରେ ପ୍ରଶଂସକମାନେ ସେମାନଙ୍କ ଫଟୋ ଉଠାଇବା ଆରମ୍ଭ କରି ଦେଇଥିଲେ। ଏହି ଲଭବାର୍ଡ ସେମାନଙ୍କ ପ୍ରଶଂସକଙ୍କୁ ନିରାଶ ନକରି ଫଟୋ ପୋଜ୍‌ ବି ଦେଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହେଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦୁହିଁଙ୍କୁ ବସ୍‌ରେ ଯାଉଥିବାର ଦେଖିବାକୁ ମିିଳିଛି।

ସୂଚନାନୁଯାୟୀ ,ରାଘବ ଓ ପରୀ ବସ୍‌ରେ ଯାଉଥିବା ବେଳେ ସେମାନଙ୍କର ଏକ ନୂଆ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦୁହେଁ ବସ୍‌ରେ ଛିଡ଼ା ହୋଇଥିବା ବେଳେ ସେମାନଙ୍କ ସହ ଜଣେ ପରେ ଜଣେ ଆସି ଫଟୋ ଉଠାଉଛନ୍ତି। ପରିଣୀତି ଏକ ହଳଦିଆ ରଂଗର ସୁଟ୍‌ ପିନ୍ଧିଥିବା ବେଳେ ଧଳା ରଂଗର କୁର୍ତ୍ତା ପାଇଜାମା ଉପରେ ଜ୍ୟାକେଟ୍‌ ପରିଧାନ କରିଛନ୍ତି ରାଘବ।

Related posts

ଚେନ୍ନାଇରେ ଜୀବନଯାତ୍ରା ଠପ୍, ଫସିଲେ ଅମିର ଖାନ୍

mahabharatanews

“ଏଥିରୁ ନିବୃତ୍ତ ରୁହନ୍ତୁ”: ରଣବୀର ସିଂ  

mahabharatanews

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଦି କେରଳ ଷ୍ଟୋରି’ ନିର୍ଦ୍ଦେଶକ

mahabharatanews