(ମୁମ୍ବାଇ) : ଲଗାତାର ଭାବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢାଙ୍କ ଚର୍ଚ୍ଚା ଲାଗି ରହିଛି । ମେ ୧୩ରେ ଉଭୟ ନିର୍ବନ୍ଧ କରିଥିଲେ । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ ଖବର । ଚଳିତ ବର୍ଷ ଅକ୍ଟୋବର ମାସରେ ବିବାହ କରିପାରନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ତାରିଖ ନିଶ୍ଚିତ ହୋଇ ନାହିଁ ।
ସୂଚନାନୁଯାୟୀ , ତେବେ ତିନୋଟି ନୁହେଁ କେବଳ ଗୋଟିଏ ରିସେପ୍ସନ୍ ପାର୍ଟି ହେବ ଗତ କିଛି ଦିନ ଧରି ରାଘବ ପରିଣୀତି ନିଜ ବିବାହ ପାଇଁ ସ୍ଥାନ ଖୋଜୁଥିଲେ । ଷ୍ଟାର ଦମ୍ପତି କେବଳ ଗୋଟିଏ ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବା ପାଇଁ ସ୍ଥିର କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦ ଲୀଲା ଆମ୍ବିଏନ୍ସ ହୋଟେଲ ଗୁରୁଗ୍ରାମରେ ରାଘବ ପରିଣୀତି ରିସେପ୍ସନ ପାର୍ଟି ଦେଇପାରନ୍ତି । ନିକଟରେ ଉଭୟଙ୍କ ପିତାମାତା ଦ ଲୀଲା ଆମ୍ବିଏନ୍ସ ହୋଟେଲ ଦେଖିବା ପାଇଁ ଯାଇଥିଲେ ।