ଓଡିଶା

ଶିକ୍ଷା ସେତୁ କାର୍ୟକ୍ରମରେ ଜିଲ୍ଲାପାଳଙ୍କ ଯୋଗଦାନ

(ଓମ୍ ପ୍ରକାଶ ମିଶ୍ର / ସୋନପୁର) ; “ଏକ ବ୍ୟବସ୍ଥିତ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଉନ୍ନତି ରେ ସହାୟକ ହେଉଛି ଶିକ୍ଷା ସେତୁ” । ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶିକ୍ଷା ସେତୁ କାର୍ୟକ୍ରମରେ ବିରାମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ କ୍ଲସ୍ଟରରେ ଚତୁର୍ଥ ସାପ୍ତାହିକ ଶିକ୍ଷକ ଅବିଭାବକ ସମ୍ମିଳନୀରେ ଯୋଗଦାନ କରିଥିଲେ । ଜିଲ୍ଲାରେ ଶିକ୍ଷକ ଅବିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ତଥା ଏକ ବ୍ୟବସ୍ଥିତ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଶିକ୍ଷା ସେତୁ କାର୍ୟକ୍ରମ ଜିଲ୍ଲାପାଳଙ୍କ ଏକ ଅଭିନବ ପ୍ରୟାସ । ଏହି କାର୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ, ବିରାମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ କୁମ୍ଭକାରଙ୍କ ସହିତ ଲୁତୁରପଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ବ୍ୟକ୍ତିଗତ ଭାବରେ ଅବିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ । ଅବିଭାବକମାନେ କହିଥିଲେଯେ କରୋନା କାଳରେ ମଧ୍ୟ ତାଙ୍କରି ପିଲାମାନେ ଶିକ୍ଷା ସେତୁ କାର୍ୟ୍ୟକ୍ରମରେ ପଢାପଢି କୁ ସୁନ୍ଦର ଭାବରେ ଉପଯୋଗ କରିପାରୁଛନ୍ତି । ଶିକ୍ଷକ ମାନେ ମଧ୍ୟ ସ୍ଵୀକାର କରିଥିଲେ ଯେ ଏହାଦ୍ଵାରା ପିଲାମାନଙ୍କ ପଢାପଢିରେ ବହୁତ ଉନ୍ନତି ପରିଲକ୍ଷିତ ହୋଇପାରିଛି । ଏହି ବିଦ୍ୟାଳୟର ସପ୍ତମ ଶ୍ରେଣୀର ଜଣେ ଛାତ୍ର କେଶବ ବେହେରା ଏବଂ ଜଣେ ଛାତ୍ରୀ ସୋନାଲିକା ମହାକୁର ଶିକ୍ଷା ସେତୁ କାର୍ୟକ୍ରମ ଦ୍ବାରା ସେମାନଙ୍କ ଅଶେଷ ଉପକାର ସାଧ୍ୟ ହୋଇପାରିଥିବାରୁ ଜିଲ୍ଲାପାଳଙ୍କୁ ବିଶେଷ ଧନ୍ୟବାଦ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସମସ୍ତ ଶିକ୍ଷକଙ୍କୁ ସେମାନଙ୍କ କୃତଜ୍ଞତା ଜଣାଇଥିଲେ ।

 

Related posts

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୫ ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews

ଶିକ୍ଷିତ ସମାଜରେ, ମଣିଷ ପଣିଆ ଓ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି

mahabharatanews

ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

mahabharatanews