ଓଡିଶା

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷା କମିଟିର ଫଳ ବଣ୍ଟନ

(ବିଜୟ କୁମାର କାରୁଆ/ପାଟଣା): ପାଟଣା ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ରୋଗୀମାନଙ୍କୁ ଫଳ ବଣ୍ଟାଯାଇଛି । ପାଟଣା ସୁରକ୍ଷା କମିଟିର ଆବାହକ ବିଜୟ ରତ୍ନ ପତି, ସଭାପତି ସବୀର କୁମାର ଦାଶ, ସଂପାଦକ ଯତୀନ୍ଦ୍ର କୁମାର ଦାଶଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣା ଥାନା ଅଧିକାରୀ ସୋମନାଥ ଜେନା ଯୋଗ ଦେଇ ରୋଗୀଙ୍କୁ ଫଳ ବାଣ୍ଟିଥିଲେ । ଏହି କାର୍ୟ୍ୟକ୍ରମରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ଡାକ୍ତର ଚିତ୍ତ ରଞ୍ଜନ ନାଏକଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ମହାମାରୀ କରୋନା ସମୟରେ ସୁରକ୍ଷା କମିଟି ତରଫରୁ ପାଟଣା ଅଞ୍ଚଳର ବିଭିନ୍ନ ଗାଁରେ ଗରିବ ଖଟିଖିଆ ମାନଙ୍କ ପାଇଁ ଜନହିତକର କାର୍ୟ୍ୟକ୍ରମ ଚାଲୁ ରହିବ ବୋଲି କମିଟି ଆବାହକ ବିଜୟରତ୍ନ ପତି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Related posts

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews

ରାଜ୍ୟରେ ଆଜି ଆଉ ୫୭୧ ପଜିଟିଭ ଚିହ୍ନଟ

mahabharatanews

ବୁଦା ମୁଳରୁ ଉଦ୍ଧାର ହେଲା ଦୁଇ ଭାଇଙ୍କ ମୃତ ଦେହ

mahabharatanews