ଓଡିଶାଦୁର୍ଘଟଣା

ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା ଜୀବନ୍,ଜଳିଗଲା କାର୍

ପୁରୀ: ରାସ୍ତାକୁ ହଠାତ ମାଡି ଆସିା ଷଣ୍ଢ । ଷଣ୍ଢକୁ ବଂଚାଇବାକୁ ଘଟିଗଲା ଦୁର୍ଘଟଣା । ଏହି  ଦୁର୍ଘଟଣାରେ ଜଳିଗଲା କାର। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। କାର ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ି, ଦୁର୍ଘଟଣାରେ ଜଳି ଯାଇଛି କାର। ପିପିଲି ଅଗ୍ନିଶମ ବାହୀନି ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ କାର୍‌ଟି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲା। ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ହଠାତ୍ ଏକ ଷଣ୍ଢ ଡାହାଣ ପଟୁ ଦୌଡ଼ି ଆସିଥିଲା। ଷଣ୍ଢ ଦେହରେ କାର ପିଟି ହୋଇଯିବ ଭାବି ଡ୍ରାଇଭର କାରକୁ ବାମ ପାର୍ଶ୍ୱକୁ କାଟି ଦେଇଥିଲେ। ଫଳରେ ସେତେବେଳେ ବାମ ପାର୍ଶ୍ୱରେ ଆସୁଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟିକୁ କାର୍‌ଟି ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ନଇଁନ ଯୋରକୁ ଖସି ଓଲଟି ପଡ଼ିଥିଲା। ସ୍କୁଟି ଓ ସ୍କୁଟି ଚାଳକ ମଧ୍ୟ ଯୋର ଭିତରେ ପଡ଼ି ଯାଇଥିଲେ।

କାର୍‌ଟିରେ ନିଆଁ ଲାଗିବା ପୂର୍ବରୁ ସେଥିରେ ଥିବା ଯାତ୍ରୀମାନେ ବାହାରକୁ ଚାଲି ଆସିଥିଲେ। ସେମାନଙ୍କ ସହିତ ଏକ ୩ ମାସର ଶିଶୁ ପୁତ୍ର ମଧ୍ୟ ଥିଲା। ପିପିଲି ଅଗ୍ନିଶମ ବାହିନୀ ଆସି କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା।

Related posts

ପକାରୀ ପଞ୍ଚାୟତ ସ୍କୁଲ, ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

mahabharatanews

ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଜଳିଗଲା ଓଏସ୍‌ଆରଟିସି ବସ୍

mahabharatanews

ପୁଣି ୧୩୮ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ

mahabharatanews