Uncategorized

 ରାସ୍ତାରେ କରୋନା ମୃତଦେହ ଫିଙ୍ଗି ଚାଲିଗଲେ ଆମ୍ବୁଲାନ୍ସ କର୍ମଚାରୀ

ଭୋପାଳ: କରୋନା ଦେଶରେ ତାର କାୟା ବିସ୍ତାର କରିଚାଲିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ସଂକ୍ରମଣ ଭୟରେ କରୋନରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମୃତଦେହକୁ କେଉଁଠି ଅଳିଆ ଗଦାରେ ତ ପୁଣି କେଉଁଠି ରାସ୍ତା ଉପରେ ଫିଙ୍ଗି ଦିଆଯାଉଛି । ସୋମବାର ରାତିରେ ଭୋପାଳ ହସ୍ପିଟାଲ ବାହାରେ ରାସ୍ତା ଉପରେ ଜଣେ ରୋଗୀଙ୍କ ମୃତଦେହ ଫୋପାଡି ଦିଆଯାଇଥିଲା । ଏକ ଜାତୀୟ ଗଣମାଧ୍ୟମର ସୁରକ୍ଷା ଫୁଟେଜରୁ ଜାଣିବାକୁ ପାଇଛି, ଦୁଇ ଜଣ ଆମ୍ବୁଲାନ୍ସ କର୍ମଚାରୀ ପିପିଇ ସୁଟ ପରିଧାନ କରି ଏକ ମୃତଦେହକୁ ଷ୍ଟେଚରରେ ଆଣି ହସ୍ପିଟାଲ ବାହାରେ ରାସ୍ତା ଉପରେ ଫିଙ୍ଗିଦେଇ ସେଠାରୁ ପଳାଇ ଯାଇଥିଲେ ।
ମୃତଦେହଟି ଏକ ଶକ୍ତି ଯୋଗାଣକାରୀ କମ୍ପାନୀର କର୍ମଚାରୀଙ୍କର । ସେ ୨ ସପ୍ତାହ ପୂର୍ବେ ଯକୃତ ଜନିତ ସମସ୍ୟାକୁ ନେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ତଳେ ସେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ନିମୋନିଆ ହୋଇଥିବା ସନ୍ଦେହ କରି ତାଙ୍କ ଟେଷ୍ଟ କରିବାରୁ ସେ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଥିଲା । ଏହା ପୂର୍ବରୁ ସେ ଭୋପାଳର ଜନତା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କୋଭିଡ-୧୯ ପଜିଟିଭ ବାହାରିବା ପରେ ତାଙ୍କୁ ଭୋପାଳର ନୋଡାଲ ସେଣ୍ଟରର ଚିରାୟୁ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା ।
ମୃତକଙ୍କ ପୁତ୍ର ଅଭିଯୋଗ କରିଛନ୍ତି, ସୋମବାର ସକାଳେ ତାଙ୍କୁ ଚିରାୟୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ନ କରି ରାସ୍ତା କଡରେ ପକାଇ ଦିଆଯାଇଥିଲା । ଯଦି ତାଙ୍କୁ ଏପରି ରାସ୍ତାରେ ଫିଙ୍ଗି ଦେବାର ଥିଲା ତେବେ କାହିଁ ଚିରାୟୁ ହସ୍ପିଟାଲକୁ ପଠାଯାଇଥିଲା । ଉଭୟ ହସ୍ପିଟାଲର ଭୁଲ ରହିଛି । ସେମାନେ ଆମକୁ ଏସମ୍ପର୍କରେ ସୂଚତିତ କରି ନ ଥିବା ମୃତକଙ୍କ ପୁଅ କହିଛନ୍ତି । ଅପରପକ୍ଷରେ ଜନତା ହସ୍ପିଟାଲର ପରିଚାଳକ କହିଛନ୍ତି, ପ୍ରୋଟୋକଲ ଅନୁଯାୟୀ, ଚିରାୟୁ ମେଡିକାଲ କଲେଜରୁ ଏକ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ପ୍ରାୟ ୧ ଘଣ୍ଟା ପରେ ସେମାନେ ଜଣ।।ଇଥିଲେ କି ସେମାନେ ଫେରି ଯାଇଥିଲେ । ଏହା ପରେ ହସ୍ପିଟାଲ ପକ୍ଷରୁ ଆଇସିୟୁକୁ ସିଲ କରାଯାଇ ସାନିଟାଇଜେସନ କାର୍ଯ୍ୟ ଚାଲିଥିଲା । ରୋଗୀଙ୍କୁ ଅପେକ୍ଷା କରି ଆମ୍ବୁଲାନ୍ସ ଷ୍ଟାଫ ହସ୍ପିଟାଲକୁ ଏକ ଷ୍ଟ୍ରେଚର ମାଗିଥିଲେ ମଧ୍ୟ ପାଇନଥିଲେ । ଏହାପରେ ସେମାନେ ମୃତଦେହରୋଗୀକୁ ରାସ୍ତାରେ ପକାଇ ଚାଲିଯାଇଥିଲେ । ଆମେ ଏହା ଜାଣି ଆମ କର୍ମଚାରୀଙ୍କୁ ପିପିଇ କିଟ ପିନ୍ଧି ତାଙ୍କୁ ବଞ୍ଚାଇ ରଖିବାକୁ ଚେଷ୍ଟାକରିବା ବେଳେ ପାଇଥିଲୁ କି ତାଙ୍କ ଶ୍ୱାସ କ୍ରିୟା ବନ୍ଦ ହୋଇ ଯାଇଛି ।

Related posts

ଭାରତରେ ଆତଙ୍କୀ ଅନୁପ୍ରବେଶର ଷଡଯନ୍ତ୍ର କରୁଛି ଆଇଏସଆଇ

mahabharatanews

ଆଖି ପିଛୁଳାକେ ଜଳିଗଲେ ୧୦

mahabharatanews

ଦେଶରେ ମୋଟ ୨୮୦୮୪ କରୋନାଜନିତ ମୃତ୍ୟୁ

mahabharatanews