ଅପରାଧ

ବଜ୍ରକାପ୍ତା ଚାଲାଣ ବେଳେ ଧରାପଡିଲା ବ୍ୟବସାୟୀ

ଭୁବନେଶ୍ୱର: ବଜ୍ରକାପ୍ତା ଚାଲାଣ ବେଳେ ଧରାପଡିଲା ବ୍ୟବସାୟୀ । ଏସଟିଏଫ ଓ ବନ ବିଭାଗର ମିଳିତ ଚଢାଉରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ବ୍ୟବସାୟୀକୁ ଗିରଫ କରାଯାଇଛି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବରଗାଁ ନିକଟରୁ ବ୍ୟବସାୟୀକୁ ଧରିଲା ଏସଟିଏଫ । ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ଅଜିତ କୁମାର ବୁଡେକ ନାମକ ବ୍ୟବସାୟୀଙ୍କୁ ଏସଟିଏଫ ଗିରଫ କରିଛି । ରାଜ୍ୟରେ ବନ୍ୟପ୍ରାଣୀ ମୁଖ୍ୟତଃ ବଜ୍ରକାପ୍ତା ପରି ବିରଳ ପ୍ରାଣୀ ଚାଲାଣ ଉପରେ ରୋକ ଲଗାଇବାକୁ ଏସଟିଏଫ ପକ୍ଷରୁ ବାରମ୍ବାର ଚଢାଉ ଜାରି ରହିଛି । କିନ୍ତୁ ଏହି ଚାଲାଣ ଉପରେ ରୋକ ଲାଗିପାରୁ ନାହିଁ । ତେବେ ଏଠାରେ ସୂଚନାଯୋଗ୍ୟ କି, ୧୦ ବର୍ଷ ମଧ୍ୟରେ ବନବିଭ।।ଗ ଓ ଏସଟିଏଫ ପକ୍ଷରୁ ୧୦ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ୧୬ କେଜି ବଜ୍ରକାପ୍ତା କାତି ଜବତ ହୋଇଛି ।

 

Related posts

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews

ପୁଲିସ- ଜନତା ଖଣ୍ଡ ଯୁଦ୍ଧ

mahabharatanews

ବ୍ୟାଟେରୀ ଚୋରି ଅଭିଯୋଗରେ ୩ ଗିରଫ

mahabharatanews