ଓଡିଶା

ସରକାରୀ ସହାୟତା ପରେ ହିଁ ବୃକ୍ଷରୋପଣ ସମ୍ଭବ

ବାଲେଶ୍ଵର/ ଅଜିତ କୁମାର ସାହୁ : ବୃକ୍ଷ ହିଁ ଜୀବନ। ବୃକ୍ଷ ନଥିଲେ ଜୀବସତ୍ତା ରହିବ ନାହିଁ। ଏକ ସୁସ୍ଥ ସମାଜ ଓ ସନ୍ତୁଳିତ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ଯେ କେତେ ରହିଛି, ତାହାକୁ ମର୍ମେମର୍ମେ ବୁଝିଛି , ବାଲିଆପାଳ ସୂଚନା ଅଧିକାର ଅଭିଯାନ ସଂଗଠନ । ସେଥିପାଇଁ ବାଲିଆପାଳ ସୂଚନା ଅଧିକାର ସଂଘ ପକ୍ଷରୁ ସଭାପତି ଅନୁଜ୍ ମହାପାତ୍ରଙ୍କ ନେତୃତ୍ୱରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।

ତେବେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିଆପାଳ ତହସିଲଦାର ଦୀପକ୍ କୁମାର ଦାସ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ବେଣୁଧର ହୁଇ ଯୋଗ ଦେଇ ,ବୃକ୍ଷ ରୋପଣ କରିବା ସହିତ, ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫୁଲ ଫଳ ଚାରା ସହିତ ଅନ୍ୟାନ୍ୟ ବୃକ୍ଷ ରୋପଣ କରିବା ଏକ ନିଆରା ପ୍ରୟାସ। ଯାହା ଦ୍ୱାରା ଏଠାରେ ରୋଗୀ ଟିଏ ଚିକିତ୍ସା ସେବା ସହିତ ମାନସିକ ଶାନ୍ତି ପାଇ ଶୀଘ୍ର ଆରୋଗ୍ୟ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ।

ଅନ୍ୟ ମାନଙ୍କ ଭିତରେ ଫାର୍ମାସିଷ୍ଟ ଯତୀନ୍ଦ୍ର ନାଥ ପରିଡା ,ସୁପର ଭାଇଜର ରମାନାଥ୍ କର, ସୂଚନା ଅଧିକାର ସଂଘର ସଦସ୍ୟ ଦେବେନ୍ଦ୍ର ଦାସ୍, ପ୍ରହ୍ଲାଦ ଘଡାଇ, ଗୋପିନାଥ ଗଙ୍ଗାର, କାହ୍ନୁଚରଣ ପାତ୍ର, ଶରତ୍ ପାତ୍ର ପ୍ରମୁଖ ବୃକ୍ଷରୋପଣ କରିବା ସହିତ ପ୍ରତ୍ୟକ୍ଷ ପରୋକ୍ଷ ପରିଚାଳନାରେ ସହଯୋଗ କରିଥିଲେ। ତେବେ ମେଡିକାଲ ରେ ଆବଶ୍ୟକ ଥିବା ସମସ୍ତ ଡାକ୍ତର , କର୍ମଚାରୀ ,ଚିକିତ୍ସା ପାଇଁ ଆଧୁନିକ ଯନ୍ତ୍ରପାତି,ସୁବିଧା ସୁଯୋଗ ସହିତ ଆବଶ୍ୟକ ଭିତ୍ତିଭୂମି ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଚନ୍ତି ସୂଚନା ଅଧିକାର ଅଭିଯାନର ସଭାପତି ଅନୁଜ କୁମାର ମହାପାତ୍ର।

Related posts

ଆର ଉଦୟଗିରି ହାଟ ବନ୍ଦ

mahabharatanews

ଆସନ୍ତା ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଅବ୍ୟବସ୍ଥାରେ ଚାଲିଛି ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର

mahabharatanews