ଓଡିଶା

ବୃଦ୍ଧି ପାଇଲା ଯୁକ୍ତ ଦୁଇ ଆଡମିଶନ୍ ଅବଧି 

(ଭୁବନେଶ୍ୱର) : ବୃଦ୍ଧି ହେଲା ଯୁକ୍ତ ଦୁଇ ସ୍ପଟ୍ ଆଡମିଶନ୍ ଅବଧି  । ରାଜ୍ୟରେ ଖରାପ ପାଗକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସ୍ପଟ୍ ଆଡମିଶନ୍ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଗଷ୍ଟ ୩  ଯାଏଁ ନାମ ଲେଖାଇପାରିବେ । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି ।

ସୂଚନାନୁଯାୟୀ ,  ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ସ୍ପଟ୍ ଆଡମିଶନ ସମୟ ଅଗଷ୍ଟ ୩  ତାରିଖ ରାତି ୯ ଟା ଯାଏ ବୃଦ୍ଧି କରାଯାଇଛି । ଜୁଲାଇ ୨୭  ତାରିଖରେ ଯୁକ୍ତ ୨  ସ୍ପଟ୍ ଆଡମିଶନ ଲାଗି ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା । ଆଜି ନାମଲେଖା ସରିଥାନ୍ତା । କିନ୍ତୁ ଖରାପ ପାଗକୁ ଦେଖି ଅଗଷ୍ଟ ୩  ଯାଏ ଏହାର ଅବଧି ବୃଦ୍ଧି କରାଯାଇଛି ।

Related posts

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews

କେନ୍ଦ୍ର ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଜାଲିଆତି !

mahabharatanews

କେନ୍ଦ୍ରାପଡା କଲେଜରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

mahabharatanews