ଭାରତ

“ମଉଜ ମଜଲିସ୍ କରିବାକୁ ମୋଦି ଜନ୍ମ ହୋଇନାହିଁ”

(ବିହାର) : ଦେଶରେ ନିର୍ବାଚନ ଯେତେ ପାଖଉଛି ସେତେ ଉଷ୍ମ ହେବାରେ ଲାଗିଛି ରାଜନୈତିକ ମାହେଲ । ଜୋରଦାର ପ୍ରଚାର କରୁଛନ୍ତି ଶାସକ ଓ ବିରୋଧୀ । ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନୱାଡାରେ ବଡ଼ ରାଲି କରିଛନ୍ତି । ନୱାଡାରେ ତାଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସାମିଲ ଅଛନ୍ତି ।

ସୂଚନାନୁଯାୟୀ , ମୋଦି ବିଶାଳ ଜନସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି, ‘ମଉଜ ମଜଲିସ୍ କରିବାକୁ ମୋଦି ଜନ୍ମ ହୋଇନାହିଁ । ସେ ଆହୁରି କହିଛନ୍ତି ମୋର କେବଳ ଗୋଟିଏ ମିଶନ, ତାହା ହେଉଛି ଦେଶରୁ ଗରିବ ଦୂରିକରଣ କରିବା’ । ୧୦ବର୍ଷରେ, ଦେଶ ଏକ ନୂତନ ବିକାଶର କାହାଣୀ ଲେଖିଛି ଏବଂ ବହୁତ ଉଚ୍ଚତାକୁ ଛୁଇଁଛି । ଆଜି ସମଗ୍ର ଦେଶବାସୀ ପୁଣି ଥରେ ମୋଦୀ ସରକାର ଆସୁ ବୋଲି କହୁଛନ୍ତି ।  ମଉଜ ମଜଲିସ୍ କରିବା ପାଇଁ ମୋଦୀର ଜନ୍ମ ହୋଇ ନ ଥିଲା । କଠିନ ପରିଶ୍ରମ କରିବାକୁ ମୋଦୀ ଜନ୍ମ ହୋଇ ଥିଲା ଏବଂ ଏହା ୧୪୦କୋଟି ଦେଶବାସୀଙ୍କ ପାଇଁ କରିବାକୁ । ଲୋକମାନେ କୁହନ୍ତି ଯେ ମୁଁ ବହୁତ କାମ କରିଛି କିନ୍ତୁ ମୋଦୀ କହୁଛି ଯେ ଏହା କେବଳ ଏକ ଟ୍ରେଲର ।

Related posts

କରୋନା ଠାରୁ ମାରାତ୍ମକ ନିପା ଭାଇରସ

mahabharatanews

ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ କେଜ୍ରିୱାଲ

mahabharatanews

କ୍ୟାଟ୍ରିନାଙ୍କୁ ଛାଡି ଅନ୍ୟ ଝିଅ ସହ ରୋମାନ୍ସ କରୁଛନ୍ତି ବିକ୍କି କୌଶଲ ! ବୋଲ୍ଡ ଫଟୋ ଭାଇରଲ

mahabharatanews