ଭାରତ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(ଦିଲ୍ଲୀ) : ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି। ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । IIM ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ଲାଗି ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଆଇଆଇଏମ୍‌ କାର୍ଯ୍ୟକ୍ରମ ସହ କିଛି ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ସାଧାରଣ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ୩୧ ଜଣ ସିବିଆଇ ଅଧିକାରୀଙ୍କୁ ମିମିଳିବ ରାଷ୍ଟ୍ରପତି ପୁରସ୍କାର ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦଳୀୟ କାର୍ଯ୍ୟକ୍ରମ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଦେଶବ୍ୟାପୀ ଆୟୋଜିତ ହେଉଛି ‘ନମୋ ନବ ମତଦାତା ସମ୍ମିଳନୀ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଭିଡିଓ କନଫରେନ୍ସରେ ଯୋଡି ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ୨୫୦ଟି ସ୍ଥାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ପାଇଁ ଏପରି କାର୍ଯ୍ୟକ୍ରମ କରାଯାଉଛି ।

Related posts

ମଣିପୁର ଦଙ୍ଗା: ଗୁଳି ଚଳାଇବାକୁ ନିର୍ଦେଶ

mahabharatanews

ଲକ୍ଷିକା ଡାଗରଙ୍କ ବଡ ସଫଳତା ; ନ୍ୟୁଜ ଆଙ୍କରରୁ ଏବେ ଗାଁ ସରପଞ୍ଚ

mahabharatanews

୩ଟି ଚଳନ୍ତା କାର୍‌ ଉପରେ ପଡ଼ିଲା ବଡ଼ ପଥର; ୨ ମୃତ, ୩ ଆହତ

mahabharatanews