ଭାରତ

୩ଟି ଚଳନ୍ତା କାର୍‌ ଉପରେ ପଡ଼ିଲା ବଡ଼ ପଥର; ୨ ମୃତ, ୩ ଆହତ

 (କୋହିମା) : ଭାରତରେ ଲଗାତାର ଭାବେ ମୌସୁମୀ ପ୍ରଭାବରେ ଭୀଷଣ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହାର ପ୍ରଭାବରେ ପର୍ବତସ୍ଖଳନ ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ଗୋଟାଏ ପ୍ରକାଣ୍ଡ ପଥର ଗଡ଼ି ଗଡ଼ି ଆସି କୋହିମା-ଦିମାପୁର ଜାତୀୟ ରାଜପଥ ଉପରେ ଯାଉଥିବା ୩ଟି କାର୍‌ ଉପରେ ପଡ଼ିଯିବାରୁ ଅନ୍ୟୁନ ୨ଜଣଙ୍କର ମୃତ୍ୟୁ ଘଟିଛି ଓ ଆଉ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ନାଗାଲାଣ୍ଡ୍‌ ଦେଇ ଯାଇଥିବା ଏହି ରାଜପଥ ଅନ୍ତର୍ଗତ ପୋଲିସ ଚେକ୍‌ପୋଷ୍ଟ୍‌ ନିକଟ ଚୁମୌକେଦିମାସ୍ଥିତ ‘ପାକଲା ପାହାଡ଼’ ଭାବେ ଜଣାଶୁଣା ସ୍ଥାନରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘଟିଥିବା ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖାଯାଉଛି, ଗୋଟିକ ପରେ ଗ‌ୋଟିଏ କରି ଉକ୍ତ ପ୍ରକାଣ୍ଡ ପଥରଟି ଦୁଇଟି କାର୍‌ ଉପରେ ପଡୁଛି। ପଥର ମାଡ଼ରେ କାର୍‌ ଦୁଇଟି ଛେଚି ହୋଇ ନଷ୍ଟ ହୋଇଯାଇଛି।

 

Related posts

ପୃଥିବୀକୁ ବାଏ କରି ସୂର୍ଯ୍ୟ ମୁହାଁ ‘ଆଦିତ୍ୟ- ଏଲ୧’

mahabharatanews

ଦିଲ୍ଲୀରେ ଆଉ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ନିୟମ 

mahabharatanews

୯ଟି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣା

mahabharatanews