ଅପରାଧ

ବିଷ ପିଇ ପତ୍ନୀ ଓ ଦୁଇ ପୁଅଙ୍କ ଆତ୍ମହତ୍ୟା

(ଚିତ୍ତରଞ୍ଜନ ସାହୁ/ବରଗଡ):ବରଗଡ ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ନିକଟ ଚାରପାଲି ଗାଁର କାଶିଆ ବନଛୋରଙ୍କ ପରିବାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ତାଙ୍କ ପରିବାରର ୩ ଜଣ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକମାନେ କାଶିଆଙ୍କ ପତ୍ନୀ ଉତ୍ତରା ବନଛୋର,ତାଙ୍କ ଦୁଇ ପୁଅ ଜଗା ବନଛୋର ଓ ବଳିଆ ବନଛୋର ବୋଲି ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରେ ଏମାନେ ବିଷ ପିଇ ଆତ୍ମହତ୍ୟ।। କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ,ଶୁକ୍ରବାର କୌଣସି କାରଣରୁ କାଶିଆ ବନଛୋରଙ୍କ ଘରେ ପାଟିତୁଣ୍ଡ ହୋଇଥିଲା । ପରେ ତାଙ୍କ ସ୍ତ୍ରୀ ଉତ୍ତରା ଓ ଦୁଇ ପୁଅ ବିଷ ପିଇ ଦେଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ କଳହର ସୂତ୍ରପାତ ହୋଇଥିଲା ତାହା ଏଯାଏ ଜଣାପଡି ନାହିଁ ।

Related posts

ଲଜ୍ଜା: ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ

mahabharatanews

ଜୁଆ ଆଡ୍ଡା ଉପରେ ଚଢାଉ, ୧ଲକ୍ଷ ୫୩ ହଜାର ଟଙ୍କା ଜବତ

mahabharatanews

କରୋନା ସମୟରେ ଅବକାରୀ ବିଭାଗର ଚଢାଉ

mahabharatanews