ଅପରାଧ

ଲଜ୍ଜା: ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର/ସରୋଜ ରାଉତ: ପୁଣି ରାଜଧାନୀରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ଦୁଷ୍କର୍ମ ଉଦ୍ୟମ କରିଛି ନିଜ ଜନ୍ମକଲା ବାପା । ବାରମ୍ବାର ନିଶାସକ୍ତ ଅବସ୍ଥାରେ ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ କରୁଛି ଉଦ୍ୟମ । ଏପରି ଲଜ୍ଜାଜନକ ଘଟଣା ଘଟିଛି ଖୋଦ ରାଜଧାନୀରେ । ରାଜଧାନୀର ନୟାପଲ୍ଲୀ ଥାନା ଅଧୀନରେ ଏହି ଘଟଣା ଘଟିଛି । ବାପାର ଏପରି କୁକର୍ମକୁ ନେଇ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ନାବାଳିକା ଓ ତାର ମା’ ।
ନୟାପଲ୍ଲୀ ଥାନା ଅଧୀନରେ ଥିବା ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନାବାଳିକା ଓ ତାର ମା’ ଆଜି ନୟ।।ପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେମାନଙ୍କ ଅଭିଯୋଗକୁ ପୁଲିସ ରୁଜୁ ନ କରି ଆପୋଷ ବୁଝାମଣା କରିବାକୁ ମା’ ଝିଅଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ପୀଡିତାର ମା’ । ଅନ୍ୟ ପଟେ ସ୍ୱାମୀଠାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ମହିଳା ବାରମ୍ବାର ଥ।।ନାରେ କହିବା ସତ୍ତେ୍ୱ ତାଙ୍କ ଭୟାତୁର ନିବେଦନକୁ ଶୁଣୁନାହିଁ ପୁଲିସ ।
ରାଜ୍ୟରେ ସମ୍ପ୍ରତି ଦୁଷ୍କର୍ମ ସଂଖ୍ୟା ଜାତୀୟ ସ୍ତରରେ ଚିନ୍ତାର କାରଣ ହୋଇଛି । ଯେଉଁ ସଂଖ୍ୟା ସାମ୍ନାକୁ ଆସୁଛି ତାଠାରୁ ବହୁ ଅଧିକ ଘଟୁଛି ଦୁଷ୍କର୍ମ । କେଉଁଠି ଭୟରେ ତ ପୁଣି କେଉଁଠି ଲୋକଲଜ୍ଜାକୁ ନେଇ ଏପରି ଲଜ୍ଜାଜନକ ଘଟଣାକୁ ନେଇ ଅଭିଯୋଗ ହେଉନାହିଁ । ହେଲେ ଏଠାରେ ନାବାଳିକା ଓ ତାର ମା ସାହସ କରି ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ କିନ୍ତୁ ଥାନାବାବୁ ଆପୋଷ ବୁଝାମଣା ଉପରେ ଗୁରୁତ୍ୱ ଦେଇ କେଶ ରୁଜୁ କରୁ ନାହାନ୍ତି । ଯଦି ନାବାଳିକାଙ୍କ ମା’ଙ୍କ ଆଶଙ୍କା ସତ ହୁଏ ଓ ମଦ୍ୟପ ସ୍ୱାମୀ ତାଙ୍କୁ ଓ ତାଙ୍କ ଝିଅର କିଛି କ୍ଷତି କରେ ବା ମାରି ଦିଏ ଏଥିପାଇଁ କଣ ପୁଲିସ ପ୍ରଶାସନ ଦାୟୀ ରହିବ?

Related posts

ଧଳା ଜହର ବେପାର କରି ଜଣେ ମହିଳା ଅଟକ

mahabharatanews

ବଲାଙ୍ଗିରରେ ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

mahabharatanews

ବର୍ଷା ଓ ଅନୁଭବ ବିବାହ ବିଚ୍ଛେଦ ମାମଲା

mahabharatanews