ଅପରାଧ

ଗଞ୍ଜେଇ ବୋଝେଇ କାର ଉପରେ ପୋଲିସର ଚଢାଉ

ବୌଦ୍ଧ(ମହାଭାରତ): ଥମିବାର ନାଁ ଧରୁନି ବେଆଇନ ନିଶା କାରବାର । ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ, ଚୋରା ମଦ ଏବଂ ବ୍ରାଉନ ସୁଗାର ଭଳି ଅନେକ ପ୍ରକାର ନିଶା ଦ୍ରବ୍ୟ ଜବତ ହେଉଛି । ସେହିପରି ବୌଦ୍ଧ ଜିଲ୍ଳା ବଘିଆପଡା ଫାଣ୍ଡି ଗୋଛାପଡା ଗାଁ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରା ପଡିଛି ।
ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ପୋଲିସ ଚଢାଉରେ ପସି ଯାଇଛନ୍ତି ବେପାରୀ । ଅଭିଯୁକ୍ତମାନେ ହେଉଛନ୍ତି ସାଗଡା ଗ୍ରାମର ସତ୍ୟବାନ ଛତ୍ର ଏବଂ ମନମୁଣ୍ଡା ଗ୍ରାମର ଆକ୍ରମ ଖାନ । ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟ ଗୁଡିକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହତରେ ଧରା ପଡିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏହି ଗାହି ଉପରେ ଚଢଉ କରିଥିଲା । ଏହି ଚଢାଉରେ ଦୁି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୧ କ୍ୱଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ହୋଇଛି ।

Related posts

ବାପା ମାଆଙ୍କୁ ହରାଇ ଅଢେଇ ବର୍ଷର ପୁଅ ଅନାଥ

mahabharatanews

ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଫାଇନ ସହ ୩ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ

mahabharatanews

ମନ୍ନତରେ ଏନସିବି ଟିମର ଚଢାଉ 

mahabharatanews