(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ମୋଦୀ ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ ପାଇଛି । ଲୋକସଭାରେ ଆଗତ ହେଲା ବିଲ୍ ସମ୍ମିଳନୀ କେନ୍ଦ୍ର ପ୍ରଗତି ମଇଦାନ ସୌଧର କେନ୍ଦ୍ରବିନ୍ଦୁ ଭାବରେ ବିକଶିତ ହୋଇଛି । ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି ।
ସୂଚନାନୁଯାୟୀ , ଏହା ଏକ ଚମତ୍କାର ବୃହତ ସ୍ଥାପତ୍ୟ, ବୃହତ ଆନ୍ତର୍ଜାତୀୟ ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଆଲୋଚନାଚକ୍ର, ସମ୍ମିଳନୀ ଏବଂ ଅନ୍ୟାନ୍ୟ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିକଳ୍ପିତ । ଏହାର ମୁକ୍ତାକାଶ ମଞ୍ଚ ୩୦୦୦ ହଜାର ବ୍ୟକ୍ତିଙ୍କ ବସିବା କ୍ଷମତା ସହିତ ସଜ୍ଜିତ ହୋଇଛି । ପ୍ରଗତି ମଇଦାନରେ ନୂତନ ଆଇଇସିସି ସୌଧର ବିକାଶ ଭାରତକୁ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ଆଗକୁ ନେବାରେ ସହାୟକ ହେବ । ଏହା ବାଣିଜ୍ୟ ଏବଂ ବ୍ୟବସାୟକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କରିବ ।
