ଭାରତ

ଚଳିତ ମାସରେ ଏୟାରଟେଲ୍ ଆରମ୍ଭ କରିବ ୫-ଜି ସେବା

ବ୍ୟୁରୋ : ଚଳିତମାସରେ ଏୟାରଟେଲ ୫ଜି ସେବା ଆରମ୍ଭ କରିବ। ସେହି ସେବା ଆରମ୍ଭ ପାଇଁ କମ୍ପାନି ଏରିକ୍‌ସନ, ନୋକିଆ ଏବଂ ସାମସଙ୍ଗ ଭଳି ବିଶ୍ବସ୍ତରୀୟ କମ୍ପାନି ସହିତ ରାଜିନାମା ସ୍ବାକ୍ଷର କରିଥିବା ସୂଚନା ମିଳିଛି । ଚଳିତମାସ ୧୫ ତାରିଖରେ ରିଲାଏନ୍ସ ଜିଓ ଇନଫୋକମ ଏହାର ସେବା ଆରମ୍ଭ କରିପାରେ ବୋଲି ପୂର୍ବରୁ ସଂକେତ ଦେଇଛି। ଯଦି ଏହା ହୁଏ ତାହେଲେ ଭାରତରେ ଏହି ଦୁଇ କମ୍ପାନି ଚଳିତମାସରୁ ହିଁ ଭାରତରେ ୫ଜି ମୋବାଇଲ ସେବା ପ୍ରଦାନ କରିବେ।

ଏୟାରଟେଲ ଏମ୍‌ଡି ତଥା ସିଇଓ ଗୋପାଳ ବିଟ୍ଟଲଙ୍କ କହିବାନୁଯାୟୀ, ଦୁନିଆର ସର୍ବୋତ୍କୃଷ୍ଟ ଟେକ୍ନୋଲୋଜି ପାର୍ଟନର ସହିତ ମିଶି ଦେଶରେ ଗ୍ରାହକଙ୍କୁ ୫ଜି ସେବାର ସଂପୂର୍ଣ୍ଣ ଲାଭ ପ୍ରଦାନ କରାଯିବ।୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେଲେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିବ। ଲୋକଙ୍କ ଡିଜିଟାଲ କାଯ୍ୟ ଆହୁରି ସହଜ ହୋଇଯିବ । ୫ଜି କ୍ଷେତ୍ରରେ କାଯ୍ୟ କରୁଥିବା କମ୍ପାନି ଏରିକ୍‌ସନର ସୂଚନାନୁସାରେ , ଦେଶରେ ଇଣ୍ଟରନେଟ୍ ଗ୍ରାହକଙ୍କ ସଂଖ୍ୟା ବଢିବ ।

ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୫୦ କୋଟିରୁ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ହୋଇଯିବେ। ଗ୍ରାହକମାନେ ଦ୍ରୁତବେଗରେ ଇଣ୍ଟରନେଟ୍ ସେବା ପାଇପାରିବେ। ଦ୍ୱିତୀୟତଃ ଭିଡିଓ ଗେମିଂ କ୍ଷେତ୍ରରେ ମଧ୍ୟ ୫ଜି ବଡ଼ ପରିବର୍ତ୍ତନ ଆଣିବ। ବିନା ବଫରିଂରେ ଭିଡିଓ ଷ୍ଟ୍ରିମିଂ ସେବା ମିଳିପାରିବ ଵୋଲି କହିଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ଯ୍ୟରୁ ବହିଷ୍କୃତ 

mahabharatanews

Bihar results haven’t stopped the infighting in Lalu’s family.

mahabharatanews

ଏହି କାରଣରୁ ବିରାଟଙ୍କ ଉପରେ ବର୍ଷିଲେ ଗାଭାସ୍କର

mahabharatanews