ଓଡିଶାପର୍ବ ପର୍ବାଣି

ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ

ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର ମାଧବାନନ୍ଦଜୀଉ ପୀଠରୁ ଶ୍ରୀଜିଉଙ୍କ ପାଇଁ ପଠାଯାଇଛି ପୋଢୁଆଁ ଭାର । ନୂଆ ବସ୍ତ୍ରଠୁ ନେଇ ଫଳମୂଳ ଆଦି ମାମୁଁ ଘରୁ ଶ୍ରୀମନ୍ଦିରକୁ ପଠାଯାଇଛି । ବିଶ୍ବନିୟନ୍ତାଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର ମାଧବ ସ୍ଥିତ ମାଧବାନନ୍ଦଜୀଉଙ୍କ ପୀଠ । ପ୍ରଥମାଷ୍ଟମୀରେ ମାମୁଁ ଘରୁ ନୂଆ ବସ୍ତ୍ର, ପିଠାମିଠା ଆସିବାର ଓଡ଼ିଆ ପରମ୍ପରା ରହିଛି । ସେଥିରୁ ବାଦ୍‌ କେମିତିବା ପଡିବେ ମଣିମା । କୋଟି ଓଡ଼ିଆର ମଉଡମଣିଙ୍କ ପାଇଁ ମାମୁଁ ଘର ମାଧବାନନ୍ଦଜୀଉଙ୍କ ପୀଠରୁ ପୋଢୁଆଁ ଭାର ପଠା ଯାଇଛି ।

Prathamastami bhara procession from Niali Madhab to Srimandira

ପ୍ରତିବର୍ଷ ଅଷ୍ଟମୀ ପୂର୍ବଦିନ ପୋଢୁଆଁ ଭାର ପଠାଯାଏ ଶ୍ରୀମନ୍ଦିରକୁ । ଆବାହମାନ କାଳରୁ ପୋଢୁଆଁ ଭାର ନୀତି ନିୟମ ସହକାରେ କରାଯାଉଥିବା ବେଳେ ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଦର ଓ ପ୍ରସାର ପଚାର ବୃଦ୍ଧି ପାଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫଳ ମୂଳ, ତୁଳସୀ, ଫୁଲ, ଚନ୍ଦନ, ଅଗୁର ଆଦି ଭାରରେ ଯାଇଥାଏ । ଅଷ୍ଟମୀ ପୂର୍ବ ଦିନଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ଶ୍ରୀମନ୍ଦିରକୁ ପଠାଯାଇଥାଏ ।

Podhuan bhara procession on the eve of Prathamastami held

Related posts

୬ରୁ ପୁଣି ଭିଜିବ ସାରା ରାଜ୍ଯ

mahabharatanews

ଗୋଟିଏ ମଣ୍ଡପରେ ତିନି ବେଶରେ ଗଣେଶ

mahabharatanews

ବିଶ୍ୱ ମହିଳା ଦିବସ ଅବସରରେ ମହିଳା ଇନ୍ସପେକ୍ଟରଙ୍କ ସହ ଅନ୍ୟ ମହିଳା ମାନେ ପାଳିଲେ ମହିଳା ଦିବସ ।

mahabharatanews