ଭୁବନେଶ୍ୱର/ସରୋଜ ରାଉତ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ଦୀର୍ଘ ପ୍ରତିକ୍ଷାର ଆଜି ଅନ୍ତ ଘଟିଛି । ଆଜି ଶେଷରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ଭିଡିଓ ରିଲିଜ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍ଟ ପ୍ରକାଶ କରିଛନ୍ତି । ଚଳିତବର୍ଷ ପାସ୍ହାର ୭୮.୭୬ ପ୍ରତିଶତ ରହିଛି । ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪ଲକ୍ଷ ୨୧ ହଜାର ୨୫୬ ପାସ୍ କରିଛନ୍ତି । ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।
ବୋର୍ଡର ୨ଟି ୱେବସାଇଟ୍ ଓ ଏସଏମଏସ ଜରିଆରେ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଦେଖିପାରିବେ । www.bseodisha.ac.in ଏବଂ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ । ଏସଏମଏସ ଜରିଆରେ ରେଜଲ୍ଟ ଜାଣିବା ପାଇଁ OR01 ଲେଖି ସ୍ପେଶ୍ ଦେଇ ନିଜ ରୋଲ୍ ନମ୍ଵର ଲେଖି ୫୬୭୬୭୫୦କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ତେବେ କରୋନା ମହାମାରୀ ଯୋଗୁଁ ଅସ୍ବାଭାବିକ ସ୍ଥିତିରେ ଖାତା ଦେଖା ହୋଇଥିବାରୁ ସଠିକ୍ ମୂଲ୍ୟାୟନ ନେଇ ଆଶଙ୍କାରେ ଅଭିଭାବକ । କିନ୍ତୁ ରେଜଲ୍ଟକୁ ନେଇ ବେଶ୍ ଆଶାବାଦୀ ଥିଲେ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀମାନେ ରେଜଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ଅଗଷ୍ଟ ୧୦ ତାରିଖ ପର୍ୟ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ ଖୋଲା ରହିବ ।
previous post
next post