ଓଡିଶା

OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାକୃତିକ ଚାଷ ପ୍ରତି ଆଗ୍ରହ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି । OUATର ବହୁ ଛାତ୍ରଛାତ୍ରୀ ଦେଶ, ବିଦେଶରେ ନିଜର ଦକ୍ଷତା ଦେଖାଇପାରିଛନ୍ତି । କୃଷି ବୈଜ୍ଞାନିକମାନଙ୍କ ଅବଦାନ ଆମ ପାଇଁ ଯଥେଷ୍ଟ ଅଧିକ ରହିଛି । କୃଷକ ଭାଇଭଉଣୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି ସରକାର ।

 ଏହି କାର୍ଯ୍ୟକ୍ରମରେ ରାଇମତି ଗୁହୁରିଆଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇ ତାଙ୍କୁ ସମ୍ମାନିତ କରାଯାଇଛି। ମାଣ୍ଡିଆ ବଦଳାଇ ଦେଇଛି ରାଇମତିଙ୍କ ଜୀବନ । ସମ୍ମାନିତ ହେବା ପରେ ନିଜ ସଂଘର୍ଷର କାହାଣୀ କହିଛନ୍ତି ରାଇମତି । ସ୍କୁଲ ସମୟରେ ନିଜ ଘରେ ପାଠ ପଢିବା ସମୟ ରେ ନିଜ ବାପା , ମା ଙ୍କୁ ମାଣ୍ଡିଆ ଚାଷ ରେ ସାହାଯ୍ୟ କରୁଥିଲେ , ସେ ସମୟରେ ଖାଇବାକୁ ନ ଥିବା ବେଳେ , ପେଜ ପି ଜୀବନ ବଞ୍ଚାଉଥିଲେ ରାଇମତି ପରେ ସେ ମାଣ୍ଡିଆ ଚାଷ କରି ଥିଲେ ଏବଂ ସମସ୍ତେ ତାଙ୍କୁ ମାଣ୍ଡିଆ ରାଣୀ ଭାବେ ଡାକନ୍ତି । ତେବେ ଆଜି ସେ ମଣ୍ଡିକୁରାଣୀ ରୁ ଓଏୟୁଟି ରେ ଡକ୍ଟରେଟ ର ଉପାଧି ପାଇ ବହୁ ଖୁସି ଥିବାର କହିଛନ୍ତି ।

Related posts

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଫଳାଫଳ

mahabharatanews

ପ୍ରସିଦ୍ଧ ଭୋଗ ରସାବଳିକୁ ଜିଆଇ ଟ୍ୟାଗ୍‌

mahabharatanews

ଟ୍ୱିନ ସିଟି ହେବ ଟ୍ରିପଲ ସିଟି

mahabharatanews