ଓଡିଶା

୬ ଖଣ୍ତ ହାତ ତିଆରି ଶାଢୀ କିଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

(ଭୁବନେଶ୍ୱର) :  ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଅନ୍ତିମ ଦିନ । ଓଡ଼ିଶା ଶାଢ଼ୀ ପିନ୍ଧିବାକୁ ପସନ୍ଦ କରୁଥିବା ରାଷ୍ଟ୍ରପତି ମୁର୍ମୁ ଗତକାଲି ଚତୁର୍ଭୁଜ ମେହେରଙ୍କ ବୁଣାକାରଙ୍କ ହାତ ତିଆରି ଶାଢ଼ୀ କିଣିଛନ୍ତି । କୋରାପୁଟ, ବୋମକାଈ, ସମ୍ବଲପୁରୀ, ଇକତ, ପଶାପଲି ଏବଂ ପଟ୍ଟଚିତ୍ର ଆଦି ବିଭିନ୍ନ ପ୍ରକାରର ପ୍ରାୟ ୬ ଖଣ୍ଡ ଶାଢ଼ୀ କିଣି କିଣିଛନ୍ତି ରାଷ୍ଟ୍ରପତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି ।

ସୂଚନାନୁଯାୟୀ ,  ଶାଢ଼ୀ ସହ ସମ୍ବଲପୁରୀ ସୁଟ୍ ମଧ୍ୟ ସେ ନିଜ ଝିଅଙ୍କ ପାଇଁ କିଣିଛନ୍ତି । ରାଷ୍ଟ୍ରପତି କାର୍ଯ୍ୟାଳୟରୁ ମେହେରସ ଶାଢୀ ସୋ’ରୁମକୁ କଲ୍ ଆସିବା ପରେ ୩୫ ଖଣ୍ତ ଶାଢୀ ନେଇ ରାଜଭବନ ଯାଇଥିଲେ ସୋ’ରୁମ ମ୍ୟାନେଜର । ରାଜଭବନରେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଶାଢୀ କିଣା କାର୍ଯ୍ୟା ଚାଲିଥିଲା । ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ରାଜଭବନରୁ ବାହାରି ତମାଣ୍ଡୋ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି । ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି ମୁର୍ମୁ । ଏହାପୂର୍ବରୁ ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Related posts

ଯୁବକଙ୍କ ଅର୍ଦ୍ଧ ଲଗ୍ନ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ସନ୍ଦେହ

mahabharatanews

ଆସନ୍ତାକାଲି ୧୩ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ଆଜି ବି ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

mahabharatanews

Leave a Comment