(ଭୁବନେଶ୍ୱର) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ । ଗସ୍ତର ଶେଷ ଦିନରେ ଆଜି ମହାମହିମ ସମ୍ବଲପୁର ଯିବେ । ସେଠାରେ ସନ୍ଥକବି ଭୀମ ଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସମ୍ବଲପୁର ମିନି ଷ୍ଟାଡିୟମରେ ମହିମା ସଂପ୍ରଦାୟର ଅନୁଗାମୀକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାନୁଯାୟୀ , ସକାଳ ୧୦.୫୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚି ୧୧.୪୫ମିନିଟରେ ରେଢ଼ାଖୋଲ କଦଳୀଗଡ ହାଇସ୍କୁଲ ପଡ଼ିଆରେ ପହଞ୍ଚିବେ ରାଷ୍ଟ୍ରପତି l ଦିନ ୧୨.୧୦ମିନିଟରେ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମସ୍ଥଳୀ ମଧୁପୁର ଯାଇ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଳ ଅର୍ପଣ କରିବେ l ଏହାପରେ ପୁଣି ୧୨.୪୫ ରେ କନ୍ଧରାରେ ଥିବା ଭୀମଭୋଇଙ୍କ ଦିବ୍ୟ ଜ୍ୟୋତି ଦର୍ଶନ ଓ ଜ୍ଞାନ ପ୍ରାପ୍ତି ପୀଠକୁ ଯିବେ ମହାମହିମ । ଦିଲ୍ଲୀରୁ ଫେରି ମନମୋହନ ଦେଲେ ସ୍ପଷ୍ଟ ସୂଚନା ଏହାପରେ ପୁଣି ରେଢ଼ାଖୋଲରେ ଥିବା କୁକୁଡ଼ା ବାହାଲିରେ ଥିବା ଭୀମ ଭୋଇଙ୍କ ଆଶ୍ରମକୁ ଯିବାର କାର୍ଯ୍ୟକ୍ରମ ରହିଛି l ଏହାପରେ ରେଢ଼ାଖୋଲ ମିନି ଷ୍ଟାଡିୟମରେ ମହିମା ଧର୍ମାବଲମ୍ବୀ ଲୋକଙ୍କ ସହ ଆଲଚନା କରିବାର କାର୍ଯକ୍ରମ ରହିଛି ।
